www.samajalive.in
Wednesday, December 10, 2025
16.1 C
Bhubaneswar

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା : ପିପିଲି ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ପିପିଲି : ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଗ୍ରାମାଞ୍ଚଳରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କ ନିମନ୍ତେ ପିପିଲି ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଶୁକ୍ରବାର ଦାଣ୍ଡମୁକୁନ୍ଦପୁର ସ୍ଥିତ ବାଲିପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ । ପଞ୍ଚାୟତ ସମିତି ଅଧିନରେ ଥିବା ୨୫ଟି ପଞ୍ଚାୟତରୁ ଶହେ ଜଣ ଯୁବକ ଓ ଯୁବତୀ ନିଯୁକ୍ତି ପାଇବା ଆଶାରେ ଶିବିରରେ ନାମ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ଜଣଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ ମନୋନିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ମହାରଥୀଙ୍କ ସମେତ ବ୍ଳକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ, ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, କଣ୍ଟି ପଞ୍ଚାୟତ ସରପଞ୍ଚ ପ୍ରକାଶ କୁମାର ଧଳ ପ୍ରମୁଖ ଯୋଗଦେଇ ସମସ୍ତ ହିତାଧିକାରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଓରମାସ ଓ ପୁରୀ ଡିଆର୍‍ଡିଏ ସହଯୋଗରେ ତଥା ପିପିଲି ବ୍ଳକର ଓଡିଶା ଜୀବିକା ମିଶନ ପକ୍ଷରୁ ଆୟୋଜିତ ଏହି ଶିବିରରେ ଓଡିଶା ଜିବିକା ମିଶନର ପିପିଲି ବ୍ଳକ ପ୍ରକଳ୍ପ ପରିଚାଳିକା ରଶ୍ମି ରଞ୍ଜିତା ପ୍ରଧାନ, ବ୍ଳକ ସ୍ତରୀୟ ସଂଯୋଜକ ସୁବ୍ରତ କୁମାର ମହାପାତ୍ର, ପ୍ରିତିଶ ଦାସ ଓ ଅଜୟ ପ୍ରଧାନ ପ୍ରମୁଖ ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ୫ଟି ଅନୁଷ୍ଠାନ ଏହି ଶିବିରରେ ଯୋଗଦେଇଥିଲେ । ଏହି ଯୋଜନାରେ ୧୮ରୁ ୩୫ବର୍ଷ ମଧ୍ୟରେ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କୁ ମାଗଣାରେ ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କୌଶଳ ଶିକ୍ଷା ପ୍ରଦାନ କରାଯିବ । ତାଲିମ ସମୟରେ ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା ଥିବା ବେଳେ ସେମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ମାଗଣାରେ ଯୋଗାଇ ଦିଆଯିବ । ତାଲିମ ପରେ ଏନ୍‍ସିଭିଟି ପ୍ରମାଣପତ୍ର ପ୍ରଦାନ ସହ ନିଶ୍ଚିତ ଚାକିରି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories