www.samajalive.in
Tuesday, December 9, 2025
16.1 C
Bhubaneswar

ଅଧିକ ସମୟ କଂପ୍ୟୁଟର ପରଦା ସମ୍ମୁଖରେ ବିତାଇଲେ ରିଫ୍ରାକଟିଭ୍ ତ୍ରୁଟି ଦେଖାଦେଇପାରେ

ଭୁବନେଶ୍ୱର: ମହାମାରୀ କାରଣରୁ ଆମର ଜୀବନଶୈଳୀରେ ଅନେକ ପରିବର୍ତନ ଦେଖା ଦେଇଛି । ଏହା ସହିତ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ମଧ୍ୟ ଦେଖାଯାଉଛି । ସେଗୁଡ଼ିକ ମଧ୍ୟରୁ ରିଫ୍ରାକଟିଭ୍ ତ୍ରୁଟି ହେଉଛି ଏକ ପ୍ରମୁଖ ସମସ୍ୟା ଯାହାର ସଂଖ୍ୟା ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ବୃଦ୍ଧି ପାଉଛି । ଘରେ ଦୀର୍ଘ ସମୟ ଧରି ରହିବା ଓ ଅଧିକ ସମୟ ପର୍ଯ୍ୟନ୍ତ କଂପ୍ୟୁଟର ପରଦା ସମ୍ମୁଖରେ କାର୍ଯ୍ୟ କରିବା ଦ୍ୱାରା ଏହି ସମସ୍ୟା ଦେଖାଯାଉଛି । ଏହାଦ୍ୱାରା ଚକ୍ଷୁ ସଠିକ ଭାବରେ ଆଲୋକ ଉପରେ ଧ୍ୟାନ ଦେଇପାରିନଥାଏ ଯଦ୍ୱାରା ଆଖିକୁ ଜାଲୁଜାଲୁଆ ଦେଖାଯାଏ ଓ ପଢ଼ିବାରେ ସମସ୍ୟା ଦେଖାଦିଏ । ଏହା ସହିତ ଚକ୍ଷୁରେ ଯନ୍ତ୍ରଣା ଓ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ରିଫ୍ରାକଟିଭ୍ ଜନିତ ସମସ୍ୟା ହେତୁ ସାଧାରଣ ଭାବରେ ଦେଖାଯାଉଥବା ସମସ୍ୟା ଗୁଡ଼ିକ ହେଉଛି ମାୟୋପିଆ, ହାଇପରୋପିଆ, ଆଷ୍ଟିଗମାଟିଜିମ ଆଦି ।

ଏହି ସମସ୍ୟା ଦେଖାଦେଲେ ଅବସ୍ଥାର ତୀବ୍ରତା ଅନୁସାରେ ପରିସ୍ଥିତିକୁ ଆକଳନ କରାଯିବା ଆବଶ୍ୟକ ଓ ସେହି ଅନୁସାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ । ହାଲୁକା ବିନାଲକ୍ଷଣଯୁକ୍ତ ରିଫ୍ରାକଟିଭ୍ ସମସ୍ୟା ଥିବା ବ୍ୟକ୍ତିମାନେ ଏହି ଅବସ୍ଥାର ଉପଚାର କରିବାର ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ଗ୍ଲାସ, କଂଟାକ୍ଟ ଲେନ୍ସ, ରିଫ୍ରାକଟିଭ୍ ସର୍ଜରୀ ବା ଏହି ତିନିଟିର ସମନ୍ୱୟକୁ ବାଛି ପାରିବେ ବୋଲି କଟକସ୍ଥିତ ଡା.ଅଗ୍ରୱାଲ୍ସ ଆଇ ହସପିଟାଲର ସିନିୟର କନସଲଟାଣ୍ଟ ଅପଥାଲମୋଲୋଜିଷ୍ଟ ଡା. ଦେବୀ ଐଶ୍ୱର୍ଯ୍ୟା ଦାସ କହିଛନ୍ତି । ତାଙ୍କ ମତରେ ଏହି ସମସ୍ୟାର ଆକାର ବହୁତ ଅଧିକ । ତେଣୁ ଦୃଷ୍ଟି ହୀନତାଜନିତ ସମସ୍ୟାକୁ ଏଡ଼ାଇବା ପାଇଁ ରିଫ୍ରାକଟିଭ୍ ତ୍ରୁଟିଜନିତ ସମସ୍ୟାର ସଠିକ୍ ସମୟରେ ଚିକିତ୍ସା କରିବା ଆବଶ୍ୟକ ।

- Advertisement -

ଏହି ସମସ୍ୟାକୁ ନିୟମିତ ଭାବରେ ଆଖିର ପରୀକ୍ଷା କରି, ସ୍କ୍ରିନ ସମୟକୁ ହ୍ରାସ କରି, ନିର୍ଦ୍ଧାରିତ ଚଷମା ବ୍ୟବହାର କରି, ୨୦ ୨୦ ୨୦ ବ୍ୟାୟାମ (ସ୍କ୍ରିନ ଟାଇମର ପ୍ରତି ୨୦ ମିନିଟ ପରେ ଆପଣଙ୍କୁ ୨୦ ଫୁଟ ଦୂରରେ ଥିବା ଏକ ବସ୍ତୁକୁ ୨୦ ସେକେଣ୍ଡ ପାଇଁ ଦେଖିବାକୁ ହେବ) ଓ ଏହା ସହିତ ଦୈନନ୍ଦିନ ଭୋଜନରେ ସ୍ୱାସ୍ଥ୍ୟକର ଖାଦ୍ୟକୁ ସାମିଲ କରିବା ଉଚିତ । ରିଫ୍ରାକଟିଭ୍ ତ୍ରୁଟି ସମସ୍ୟାର ସହଜ ସମାଧାନ ବ୍ୟବସ୍ଥା ରହିଥିବା ସତ୍ୱେ ଏହାର ସଠିକ୍ ଚିକିତ୍ସା କରାନଯିବା ହେତୁ ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଏହି ରୋଗର ଚିକିତ୍ସା ବ୍ୟବସ୍ଥା ରୋଗୀଙ୍କ ବୟସ ଉପରେ ନିର୍ଭର କରେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories