www.samajalive.in
Saturday, December 13, 2025
26.1 C
Bhubaneswar

ଓମିକ୍ରନ ସଂକ୍ରମଣ ଫେବ୍ରୁଆରୀରେ ଶିଖର ଛୁଇଁବ, ମାସକ ମଧ୍ୟରେ ହ୍ରାସପାଇବ-ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ କୋଭିଡ ମହାମାରୀର ତୃତୀୟ ଲହର ୨୦୨୨ ଫେବ୍ରୁଆରୀରେ ଶିଖର ଛୁଇଁପାରେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କ ଆକଳନ ମୁତାବକ ଓମିକ୍ରନ ପ୍ରକରଣ ଜନିତ କୋଭିଡ ସଂକ୍ରମଣ ସ୍ଥିତି ଦ୍ୱିତୀୟ ଲହର ତୁଳନାରେ କମ୍‍ ରହିବ ଏବଂ ସମ୍ଭବତଃ ମାସକ ମଧ୍ୟରେ ଏହାର ପ୍ରଭାବ ହ୍ରାସପାଇବ । ଦେଶରେ କୋଭିଡ-୧୯ ସଂକ୍ରମଣର ଗତିଶୀଳତା ଉପରେ ନଜର ରଖୁଥିବା ସୂତ୍ର ମଡେଲ ଅନୁଯାୟୀ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବା ଆଶା କରାଯାଉଛି । କାରଣ ଡେଲଟା ପ୍ରକରଣକୁ ପଛରେ ପକାଇ ଓମିକ୍ରନ ମୁଖ୍ୟ ସଂକ୍ରମଣକାରୀ ଭାବରେ ଉଭା ହେବ । ଏହାସତ୍ୱେ ୨୦୨୨ ଏପ୍ରିଲ ବେଳକୁ ସଂକ୍ରମିତଙ୍କ ସଂଖ୍ୟ।।ରେ ଉଲ୍ଲେଖନୀୟ ହ୍ରାସ ଘଟିଥିବ ଏବଂ ମଇ ମାସ ବେଳକୁ ତାହା ବର୍ତ୍ତମାନ ସ୍ଥିତିକୁ ଆସିସାରିଥିବ ।
ସୂଚନାଯୋଗ୍ୟ ଯେ ଆଇଆଇଟି ହାଇଦରାବାଦର ଏମ ବିଦ୍ୟାସାଗର ଏବଂ ଆଇଆଇଟି କାନପୁରର ମନିନ୍ଦ୍ର ଅଗ୍ରୱାଲଙ୍କ ଦ୍ୱାରା ସୂତ୍ର ମଡେଲ ସୃଷ୍ଟି କରାଯାଇଥିଲା । ଏହି ଦୁଇଜଣ ମଧ୍ୟ ଜାତୀୟ କୋଭିଡ-୧୯ ସୁପର ମଡେଲ କମିଟିରେ ସଦସ୍ୟ ରହିଛନ୍ତି । ବିଦ୍ୟାସାଗରଙ୍କ କହିବା ଅନୁଯାୟୀ ଦେଶରେ କୋଭିଡର ତୃତୀୟ ଲହର ୨୦୨୨ ଆରମ୍ଭରେ ବ୍ୟାପିପାରେ । ଏହାର ପ୍ରଭାବ ଦ୍ୱିତୀୟ ଲହର ତୁଳନାରେ କମ୍‍ ରହିବ. କାରଣ ସଂପ୍ରତି ଦେଶରେ ଲୋକଙ୍କ ଠାରେ ପୂର୍ବାପେକ୍ଷା ଅଧିକ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି । ଅନ୍ୟପକ୍ଷରେ ଓମିକ୍ରନ ପ୍ରକରଣକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଜାନୁଆରୀ ଶେଷ ସୁଦ୍ଧା ଦେଶରେ ଦୈନିକ ପ୍ରାୟ ୧.୫ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହେବା ଆଶଙ୍କା ରହିଛି । ପରବର୍ତ୍ତୀ ସମୟରେ ସେଥିରେ ହ୍ରାସ ଘଟିବ ଏବଂ ମାର୍ଚ୍ଚ ବେଳକୁ ତାହା ସାମ୍ପ୍ରତିକ ସ୍ଥିତିକୁ ଆସିଯାଇଥିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories