www.samajalive.in
Monday, December 8, 2025
13.1 C
Bhubaneswar

ତବଡାବାହାଲ ପଥର ଖଣି କ୍ଳଷ୍ଟର ପାଇଁ ଜନଶୁଣାଣି

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ଅନ୍ତର୍ଗତ ତବଡାବାହାଲ ମୌଜା ରେ ୬ଟି ପଥର ଖଣି କୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଗଠିତ ଖଣି କ୍ଳାଷ୍ଟର ପାଇଁ ଆଜି ଭୋଇମୁଣ୍ଡା ଗ୍ରାମରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଅଧିକାରୀ ରମେଶ କୁମାର ଏକ୍କାଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଙ୍ଗାଲି ତହସିଲଦାର ଦମୟନ୍ତି ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭୁବନେଶ୍ୱରର କଲ୍ୟାଣି ଲାବ୍ରୋଟୋରୀର ପରାମର୍ଶଦାତା ମୃତ୍ୟୁଞ୍ଜୟ ଦାସ ପଥର ଖଣି କ୍ଳଷ୍ଟର ପାଇଁ ପରିବେଶ ଆକଳନ ଏବଂ ଏହାର ସୁପରିଚାଳନାର କାର୍ଯ୍ୟନିର୍ବାହୀ ସାରାଂଶର ବିଶଦ ବିବରଣି ପାଠ କରିଥିଲେ। କ୍ଳଷ୍ଟରରେ ୩୨୬ ଜଣ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୫ଶହ ଜଣ ପରୋକ୍ଷ ନିଯୁକ୍ତିର ସୁଯୋଗ ପାଇବେ ବୋଲି ଶ୍ରୀ ଦାସ ଉଲ୍ଲେଖ କରିବା ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଜଳ ସିଞ୍ଚନ ର ବ୍ୟବସ୍ଥା କରାଯିବ ବୋଲି ଉଲ୍ଲେଖ କରିଥିଲେ। ଏହାବ୍ୟତିତ ଗ୍ରାମବାସୀଙ୍କ ପାଇଁ ପ୍ରତି ୬ମାସରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବ।

 

- Advertisement -

ତବଡାବାହାଲରେ ସୌର ଆଲୋକ ବ୍ୟବସ୍ଥା, ନିକଟସ୍ଥ ବିଦ୍ୟାଳୟ ଏବଂ ଖଣି ଅଞ୍ଚଳ ରେ ବର୍ଷା ଜଳ ଅମଳ ପ୍ରକଳ୍ପ ଏବଂ ନିକଟବର୍ତ୍ତି ଗ୍ରାମର ରାସ୍ତାଘାଟ ର ଉନ୍ନତି କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ପଥର ଖଣି କ୍ଳଷ୍ଟର ଜନଶୁଣାଣିରେ ସର୍ତ୍ତ ମୂଳକ ସମର୍ଥନ ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ତଥା ଗାଇଡ୍ ଲାଇନକୁ ପାଳନ କରିବା ତଥା ଖଣି ପ୍ରଭାବିତ ଅଞ୍ଚଳର ଉନ୍ନତି, ସ୍ୱାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେବା ଏବଂ ବ୍ଲାଷ୍ଟିଂକୁ ନିୟନ୍ତ୍ରିତ କରି ଖଣି କାର୍ଯ୍ୟ ପରିଚାଳନା କରଯିବା ସଂକ୍ରାନ୍ତରେ ଜନଶୁଣାଣିରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଜନଶୁଣାଣିରେ ତବଡାବାହଲ ଅଞ୍ଚଳ ର ୪୭ ଜଣ ପୁରୁଷ ଏବଂ ମହିଲା ନିଜ ନିଜର ମତ ଉପସ୍ଥାପନ ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୩ଜଣ ଖଣି କ୍ଳଷ୍ଟର ସପକ୍ଷରେ ମତ ଦେଇଥିବା ବେଳେ ୧୪ ଜଣ ଖଣି ପାଇଁ ପ୍ରଣୟନ ହୋଇଥିବା ସରକାରୀ ନୀତି ନିୟମକୁ କଡାକଡି ପାଳନ କରାଯାଉ ବୋଲି ମତ ଦେଇଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories