www.samajalive.in
Thursday, December 11, 2025
16.1 C
Bhubaneswar

ଜରାଜୀର୍ଣ୍ଣ ଅବସ୍ଥାରେ ପିପିଲି ହସ୍ତଶିଳ୍ପ ଗ୍ରାମ

ପିପିଲି:ପିପିଲି ପୌରାଞ୍ଚଳ ଉପକଣ୍ଠ ଜାତୀୟ ରାଜପଥ କଡରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ୫ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହାକୁ ଉଦ୍‍ଘାଟନ କରାଯାଇନାହିଁ। ଫଳରେ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପର୍ଯ୍ୟଟନ ବିଭାଗ ପକ୍ଷରୁ ରୁରାଲ ଟୁରିଜିମ୍‍ ପ୍ରୋଜେକ୍ଟରେ ପିପିଲି ବଜାର ଉପକଣ୍ଠ ଜାତୀୟ ରାଜପଥ କଡରେ ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ନିର୍ମାଣ କରାଯାଇଥିଲା। ୨୦୦୭ ମସିହା ଜୁଲାଇ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୮କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ୨୦୧୬ ମସିହାରୁ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଛି। ତେବେ ଅଦ୍ୟାବଧି ଏହାକୁ ଉଦ୍‍ଘାଟନ କରାଯାଇନାହିଁ। ଏହି ହସ୍ତଶିଳ୍ପ ଗ୍ରାମରେ ୩୦ଟି ଅତ୍ୟାଧୁନିକ ଦୋକାନ ଗୃହ ଥିବା ବେଳେ ପ୍ରଶାସନିକ ଭବନ, ସୂଚନାକେନ୍ଦ୍ର ଆଦି ରହିଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ପିପିଲି ଚାନ୍ଦୁଆ ପ୍ରତି ଆକର୍ଷିତ କରିବା ପାଇଁ ସେଠାରେ ଚାନ୍ଦୁଆ ତିଆରି ସହ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ଯୋଜନା ରହିଥିଲା। ପର୍ଯ୍ୟଟକଙ୍କ ପାଇଁ ବିସୃତ ଅଞ୍ଚଳରେ ଗାଡି ପାର୍କିଂ ବ୍ୟବସ୍ଥା ସହ ଅତ୍ୟାଧୁନିକ ଶୌଚାଳୟ ଓ ଭୋଜନାଳୟର ବ୍ୟବସ୍ଥା ମଧ୍ୟ ସେଠାରେ କରାଯିବାକୁ ଯୋଜନା ରହିଥିଲା। ଏହି ହସ୍ତଶିଳ୍ପ ଗ୍ରାମ କାର୍ଯ୍ୟକ୍ଷମ ହେଲେ ମୁଖ୍ୟତଃ ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆର ଅଧିକ ପ୍ରଚାର ପ୍ରସାର ହେବା ସହ ଚାନ୍ଦୁଆ କାରିଗରଙ୍କ ଜୀବିକା ନିର୍ବାହରେ ଏହା ବେଶ୍‍ ସହାୟକ ହେବ ଓ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ। ପର୍ଯ୍ୟଟନ କ୍ଷେତ୍ର ପୁରୀ ସହ ଏହି ହସ୍ତଶିଳ୍ପ ଗ୍ରାମକୁ ଯୋଡି ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ତେବେ ଅଦ୍ୟାବଧି ସେଠାରେ ଥିବା ଦୋକାନ ଗୃହ ଗୁଡିକୁ ଆବଣ୍ଟନ କରାଯାଇନଥିବା ଜଣାଯାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ବର୍ଷ ତଳୁ ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଫଳରେ ଏହାକୁ ନେଇ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରକ୍ଷଣାବେକ୍ଷଣ ଅଭାବରୁ ହସ୍ତଶିଳ୍ପ ଗ୍ରାମ ପରିସର ଏବେ ବଣବୁଦାରେ ପରିଣତ ହୋଇଥିବା ବେଳେ ସେଠାରେ ନିର୍ମିତ ଘର ଗୁଡିକ ନଷ୍ଟ ହେବାକୁ ବସିଲାଣି।

ତେବେ, ଉଦ୍‍ଘାଟନ ଅପେକ୍ଷାରେ ଥିବା ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମକୁ ପୁରୀ ଜିଲାପାଳ ସମର୍ଥ ବର୍ମା ଗତ ଅଗଷ୍ଟ ୨୭ ତାରିଖରେ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ କିପରି ଅତି ଶିଘ୍ର କାର୍ଯ୍ୟକ୍ଷମ କରାଯିବ ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କଣ କଣ ବ୍ୟବସ୍ଥା ରହିବ ସେ ନେଇ ଜିଲାପାଳ ଉପସ୍ଥିତ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲାପାଳଙ୍କ ଗସ୍ତ ପରେ ଏହି ହସ୍ତଶିଳ୍ପ ଗ୍ରାମର କାର୍ଯ୍ୟକ୍ଷମ ହେବା ନେଇ ପିପିଲିବାସୀ ବେଶ୍‍ ଆଶାବାଦୀ ହୋଇଥିଲେ। ତେବେ, ଇତିମଧ୍ୟରେ ୪ ମାସ ବିତିବାକୁ ଯାଉଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ସେଠାରେ ଥିବା ଦୋକାନ ଗୃହ ଗୁଡିକୁ ଚାନ୍ଦୁଆ ବ୍ୟବସାୟୀ ଓ କାରିଗରଙ୍କୁ ଆବଣ୍ଟନ କରିବା ପାଇଁ ଚାନ୍ଦୁଆ ବ୍ୟବସାୟୀଙ୍କ ମହଲରୁ ଦାବି ହୋଇଛି। ବିଭାଗୀୟ ଅଧିକାରୀ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories