www.samajalive.in
Saturday, December 13, 2025
26.1 C
Bhubaneswar

ଘଣ୍ଟାକୁ ୪ହଜାର ଦରମା, ମିଳୁନାହାନ୍ତି ହୋଟେଲ କର୍ମଚାରୀ

ନୂଆଦିଲ୍ଲୀ : ହୋଟେଲ କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନାର କଳା ଛାୟାଭିତରେ କର୍ମଚାରୀଙ୍କୁ ଅଧିକ ବେତନ ଦେଉଛନ୍ତି ହୋଟେଲ ମାଲିକ । ଖାଲି ସେତିକି ନୁହେଁ କର୍ମଚାରୀଙ୍କୁ ଘଣ୍ଟାପ୍ରତି ପ୍ରାୟ ୪ହଜାର ଟଙ୍କା ଅଧିକ ଅର୍ଥ ଦେଇଛନ୍ତି ହୋଟେଲର ମାଲିକମାନେ । ଏପରି ଏକ ଖବର ଆସିଛି ଅଷ୍ଟ୍ରେଲିଆରୁ । ଯାହାକୁ ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟତ ନିଶ୍ଚୟ ଲାଗୁଥିବ । ହେଲେ କଥାଟି ସମ୍ପୂର୍ଣ୍ଣ ସତ । ଅଷ୍ଟ୍ରେଲିଆର ପର୍ଥର ରେଷ୍ଟୁରାଣ୍ଟଗୁଡିକ କର୍ମଚାରୀଙ୍କ ଅଭାବ ଦେଇ ଗତି କରୁଛି । ସେମାନଙ୍କର ଗ୍ରାହକଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସର୍ଭିସ ଯୋଗାଇବାକୁ ଲୋକ ନାହାନ୍ତି । ସେଥିପାଇଁ ପର୍ଥର ଏକ “ଇଟାଲୀୟ ଫାଇନ୍ ଡାଇନିଂ ରେଷ୍ଟୁରାଣ୍ଟ” କର୍ମଚାରୀଙ୍କ ପାଇଁ ଏତେ ହତାଶ ଯେ, ୱେଟରମାନଙ୍କୁ ଘଣ୍ଟା ପ୍ରତି ୫୫ ଡଲାର ଅଧିକ ଦେବାକୁ ଅଫର୍ କରାଯାଉଛି । ଯାହାକି ଜଣେ କର୍ମଚାରୀଙ୍କ ଦରମା ଅପେକ୍ଷା ପ୍ରାୟ ତିନି ଗୁଣ ଅଧିକ ।

- Advertisement -

କରୋନା ଯୋଗୁ ହୋଟେଲ ଓ ରେଷ୍ଟୁରାଣ୍ଟରେ ନାହାନ୍ତି କର୍ମଚାରୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଥର ସୀମାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ଅନ୍ୟ ସ୍ଥାନରୁ କାମ କରିବାକୁ ଆସୁଥିବା ଶ୍ରମିକମାନେ ସହର ଛାଡି ନିଜନିଜ ଘରକୁ ଫେରିଯାଇଛନ୍ତି । ଯାହାଦ୍ୱାରା ରେଷ୍ଟୁରାଣ୍ଟ ଗୁଡ଼ିକରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ଏଥିପାଇଁ ମଧ୍ୟ ଚାକିରିର ବିଜ୍ଞାପନ ବି ବାହାରିଛି । ଆଉ ବିଜ୍ଞାପନରେ କୁହାଯାଇଛି, ସେମାନଙ୍କୁ ଅଭିଜ୍ଞ ଓ ଭଲ ଖାଦ୍ୟ ପ୍ରସ୍ତୁତ କରୁଥିବା କର୍ମଚାରୀ ଆବଶ୍ୟକ ଦରକାର ନାହିଁ । ତାଙ୍କୁ କେବଳ କର୍ମଚାରୀ ଆବଶ୍ୟକ । ଏଥିପାଇଁ ସେମାନେ ଘଣ୍ଟା ପ୍ରତି ୫୫ଡଲାର ପର୍ୟ୍ୟନ୍ତ ଅଧିକ ଦରମା ଦେବାକୁ ଇଚ୍ଛୁକ ।

ଅଷ୍ଟ୍ରେଲୀୟ ହୋଟେଲ ଆସୋସିଏସନ ଏନେଇ ତାର ବିବୃତି ମଧ୍ୟ ରଖିଛି । ପଶ୍ଚିମ ଅଷ୍ଟ୍ରେଲିୟା ଶାଖାର ସିଇଓ ବ୍ରାଡଲେ ବୁଡସ କହିଛନ୍ତି, କରୋନା ପାଇଁ ଆତିଥ୍ୟ ଶିଳ୍ପରେ ଗୁରୁତର ଶ୍ରମ ସଙ୍କଟ ଦେଖାଦଇଛି । କର୍ମଚାରୀଙ୍କ ଅଭାବର ପ୍ରଭାବ ସାରା ରାଜ୍ୟର ରେଷ୍ଟୁରାଣ୍ଟ ଏବଂ ହୋଟେଲ ଶିଳ୍ପ ଉପରେ ପଡିଛି । ଆମକୁ ଅଧିକ ଟଙ୍କା ଦେବାକୁ ପଡିବ, ଯାହା ଗ୍ରାହକଙ୍କୁ ସିଧାସଳଖ ପ୍ରଭାବିତ କରିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories