www.samajalive.in
Saturday, December 13, 2025
26.1 C
Bhubaneswar

ବଦଳିବ ବିଧାନସୌଧ ରୂପରେଖ ; ହୁସେନ ସାଗର ଢାଞ୍ଚାରେ ନିର୍ମାଣ ହେବ ବୁରୁଜ

ଭୁବନେଶ୍ୱର : ବିଧାନସୌଧର ରୂପରେଖ ଖୁବଶୀଘ୍ର ବଦଳିବ । ହାଇଦ୍ରାବାଦ୍ ସ୍ଥିତ ହୁସେନସାଗର ଢାଞ୍ଚାରେ ବିଧାନସୌଧ ପରିସରରେ ବୃହତ୍ ବୁରୁଜ (ୱାଚ୍‌ ଟାୱାର) ନିର୍ମାଣ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ଶ୍ରୀ ପାତ୍ରଙ୍କ ସୂଚନା ଅନୁଯାୟୀ ବୁରୁଜ ଉଚ୍ଚତା କେତେ ରହିପାରିବ ସେ ନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ଲୋଡା ଯାଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ ତାଙ୍କର ମତାମତ ଦେଇଛନ୍ତି, ଏହାର ତର୍ଜମା ଚାଲିଛି। ଆସନ୍ତା ୨୦୨୨ ମାର୍ଚ୍ଚ ପୂର୍ବରୁ ଠିକାପ୍ରସ୍ତାବ (ଟେଣ୍ଡର) ପ୍ରକ୍ରିୟା ଶେଷ କରିବା ସହିତ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀ ପାତ୍ର କହିଛନ୍ତି ଯେ ସର୍ଦାର ବଲ୍ଲଭ ଭାଇ ପଟେଲ କକ୍ଷ ଗୌରବମୟ ଐତିହ୍ୟର ସୁରକ୍ଷା ସହ ଏହାର ଯଥାର୍ଥ ବିକାଶ କରାଯିବ। ବିଧାନସଭା ସଂଲଗ୍ନ ରାସ୍ତା ପାର୍ଶ୍ୱରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ପ୍ରତିମୂର୍ତ୍ତି ପାର୍ଶ୍ୱରେ ସେମାନଙ୍କ ଜୀବନୀ ଓ ସଂଗ୍ରାମର ବିବରଣୀ ରହିବ। ଚତୁଃପାର୍ଶ୍ୱରେ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବ। ଏହାସହିତ ବିଧାନସଭାର ତିନୋଟି ପ୍ରବେଶ ଦ୍ୱାରର ଆଧୁନିକୀକରଣ କରାଯିବ। ଏହିସବୁ ପ୍ରବେଶଦ୍ବାରରେ ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜି ଶୋଭାପାଇବ। ଠିକ୍ ସେହିପରି ବିଧାନସଭା ଭିତରେ ଚାରିଟି ଏଲ୍.ଇ.ଡି., ଭିଡିଓ ୱାଲ ପ୍ରତିଷ୍ଠା କରାଯିବାକୁ ରହିଛି। ଯଦ୍ଦ୍ବାରା ଆଭାସି ମାଧ୍ୟମରେ ଗୃହ​‌େ​‌ର ହେଉଥିବା ଆଲୋଚନା ଏବଂ ବିଧାନସଭା ସଦସ୍ୟଙ୍କୁ ସ୍ପଷ୍ଟ ଭାବେ ଆଗନ୍ତୁକମାନେ ଦେଖିପାରିବେ। ସେ କହିଥିଲେ ଯେ ୧୯୩୬ରୁ ୧୯୪୬ ମସିହା ମଧ୍ୟରେ ବିଧାନସଭାର ସମସ୍ତ ସଭ୍ୟଙ୍କର ତୈଳ ଚିତ୍ର ସର୍ଦାର ପଟେଲ କକ୍ଷରେ ସ୍ଥାନ ପାଇବ। ଶ୍ରାବ୍ୟ ବ୍ୟବସ୍ଥା ମାଧ୍ୟମରେ ତତ୍କାଳୀନ ନେତା ଏବଂ ବିଧାୟକଙ୍କ ଜୀବନୀ, କାର୍ଯ୍ୟକଳାପ ଓ ରାଜ୍ୟର ପ୍ରଗତିରେ ସେମାନଙ୍କର ଭୂମିକା ସମ୍ପର୍କରେ ଆଗନ୍ତୁକଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯିବ। ଏ ସଂକ୍ରାନ୍ତୀୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସଂସ୍କୃତି ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ ୧୯୬୧ ମସିହାରେ ଲୋକାର୍ପିତ ‌େ‌ହାଇଥିବା ବିଧାନସୌଧ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। ମାତ୍ର ନୂତନ ବିଧାନସଭା ନିର୍ମାଣ ହେବା ପରେ ବିଧାନସୌଧ ଅବହେଳିତ ହୋଇ ପଡିରହିଥିଲା। ଏହାର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ପାଇଁ କେବଳ ଦୁଇ ଜଣ ସୁରକ୍ଷାକର୍ମୀ ଏଠାରେ ମୁତୟନ ହୋଇଛନ୍ତି। ଐତିହାସିକଙ୍କ କହିବା ଅନୁସାରେ ୧୯୪୬ ସେପ୍ଟେମ୍ବର ୩୦ରେ ଭୁବନେଶ୍ବରକୁ ରାଜଧାନୀ ଆସିବା ପାଇଁ ଡ. ହରେକୃଷ୍ଣ ମହତାବ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ୧୯୪୯ ଅ‌େ‌କ୍ଟାବର ୧୦ରେ ପୁରୁଣା ବିଧାନସୌଧରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories