www.samajalive.in
Saturday, December 13, 2025
21.1 C
Bhubaneswar

୧୨ଟି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି । ରବିବାର ୩ନଂ ଜୋନ୍‍ ଅନ୍ତର୍ଗତ ଧାଇପୁର, ରାଧାଗୋବିନ୍ଦପୁର, ରାଜନଗର, କନ୍ଦରପୁର, ବେଣ୍ଟପଦା, ମେଘା, କଟକିଆସାହି, ଅନନ୍ତପୁର, ଧୁରୁଷିଆ, ମଞ୍ଚେଶ୍ୱର, ଘଣ୍ଟିଖାଲ, ମହାକାଳବସ୍ତ ପ୍ରଭୃତି ପଞ୍ଚାୟତ ଗୁଡିକରେ ଅନ୍ତିମ ପର୍ଯ୍ୟାୟରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ସ୍ମାର୍ଡ କାର୍ଡ ରୋଗୀମାନଙ୍କ ପାଇଁ ମୃତ୍ୟୁ ସଞ୍ଜିବନୀ ସଦୃଶ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହ ପୁରୁଷ ଲୋକ ୫ ଲକ୍ଷ ଓ ମହିଳା ୧୦ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ମାଗଣାରେ ପାଇ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦଳାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ଦେବରାଜ ପ୍ରଧାନ, ଅଶୋକ ରାଉତ, ପ୍ରଦୀପ୍ତ ଦାସ, ପୂର୍ବତନ ନଗରପାଳ ରମେଶଚନ୍ଦ୍ର ଘଡେଇ, ସମବାୟବୀତ୍‍ ଲଳିତେନ୍ଦୁ ସେନାପତି, ଜିଲ୍ଲାପରିଷଦ ସଭ୍ୟ ଜାନକୀଲତା ନାୟକ ଓ କେଶବ ଦଳାଇ, ନୃସିଂହ ମହାପାତ୍ର, ଅଶାନ୍ତି ବେହେରା, ମିତାଲି ରାଉତ, ବିଜୁ କୃଷକ ଜନତା ସଭାପତି ସୁବାସ ପାଳ, ବ୍ଲକ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ, ସତ୍ୟପ୍ରିୟ ମହାନ୍ତି, ଚୈତନ୍ୟ ବେହେରା, ନିରାକାର ଲେଙ୍କା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories