www.samajalive.in
Saturday, December 13, 2025
26.1 C
Bhubaneswar

ବାଣଫୁଟି ଦୁଇ ପାପୁଲି ଛିଣ୍ଡିଲା 

ଆଠଗଡ :  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର ପାର୍ବତୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ହାତରେ ବାଣଫୁଟି ଜଣେ ବ୍ୟକ୍ତିଙ୍କର ଦୁଇ ହାତର ପାପୁଲି ଚିଣ୍ଡି ଯାଇଥିବା ଜଣାପଡିଛି । ପାର୍ବତୀପୁର ଗ୍ରାମର ଏକ ବାହାଘର ଶୋଭଯାତ୍ରାରେ ଖାସ୍‍କା ଗ୍ରାମକୁ ଯାଉଥିବାବେଳେ ବାଣ ଫୁଠାଇବା ଦାୟିତ୍ୱରେ ଥିବା ଡାନିଏଲ୍‍ ଜାରିକା ବାଣ ଫୁଟାଉଥିବାବେଳେ ବାଣଟି ତାଙ୍କ ହାତରେ ଫୁଟି ଯିବାରୁ ସେ ରାସ୍ତା କଡକୁ ଛିଟିକି ପଡିଥିଲେ । ତାଙ୍କର ଦୁଇ ହାତର ପାପୁଲିରେ ଗଭୀର କ୍ଷତ ହୋଇଥିବାରୁ ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଏକ ଅଟୋରେ ଆଠଗଡ ଡାକ୍ତରଖାନାକୁ ନେଇଥିଲେ । ତାଙ୍କର ଦୁଇ ହାତର ପାପୁଲି ଛିଣ୍ଡି ଓହଳିବା ଅବସ୍ଥାରେ ଥିବାରୁ ଆଠଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଡାନିଏଲଙ୍କୁ ତାଙ୍କ ବାପା ସୁକୁ ଲାଲ୍‍ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ଡାକ୍ତରଖାନା ନେଇଯାଇଥିଲେ। ଡାନିଏଲଙ୍କ ଦୁଇ ହାତର ପାପୁଲି ବ୍ୟତୀତ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ଷତ ହୋଇଥିବା ଜଣାପଡିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories