www.samajalive.in
Saturday, December 13, 2025
26.1 C
Bhubaneswar

ଇତିହାସ ରଚିଲା ବେନ୍‌ଗାଁ ଏସ୍‌ବିଆଇ ଶାଖା : ୮୪ ମହିଳା ଗୋଷ୍ଠୀଙ୍କୁ ଦେଲା ୧.୭୦ କୋଟିର ଋଣ ସହାୟତା

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇଦେବାରେ ବେନଗାଁସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କ ଶାଖାଗୁଡିକ ଭଳି ଆଖି ଦୃଶିଆ ବ୍ୟବସ୍ଥା ନଥିବା ସତ୍ତ୍ୱେ ବେନଗାଁ ଶାଖାର କର୍ମଚାରୀମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି । ଏହିକ୍ରମରେ ବ୍ଲକର ଦୁର୍ଗମ ଅଞ୍ଚଳରେ ଉଲ୍ଲେଖନୀୟ ବ୍ୟାଙ୍କ ସେବା ସହିତ ଦିନକ ମଧ୍ୟରେ ୮୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହେବା ପାଇଁ ୧ କୋଟି ୭୦ ଲକ୍ଷ ଟଙ୍କାର ଋଣ ସହାୟତା ଦେଇ ସାରା ଜିଲ୍ଲାରେ ଇତିହାସ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ବେନଗାଁସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ପରିଚାଳକ ଅନୂପ କୁମାର ସୋରେଙ୍ଗଙ୍କ ନେତୃତ୍ୱରେ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ଏହାର କର୍ମଚାରୀମାନେ ବ୍ଲକର ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଆର୍ଥିକ କାରବାରରେ ସହଯୋଗ କରି ଆସୁଥିବାବେଳେ ରବିବାର ଓଡିଶା ସରକାରଙ୍କ ମିଶନଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଅନୁଷ୍ଠିତ ମେଗା ଋଣମେଳାରେ ୮୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ସହାୟତା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ବିନା ସୁଧରେ ପ୍ରତି ଗୋଷ୍ଠୀକୁ ୨ ରୁ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏଥିନିମନ୍ତେ ରବିବାର ବେନଗାଁ ପଞ୍ଚାୟତ ପଡ଼ିଆଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବେନଗାଁ ଶାଖା, ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଏକ ମେଗା ଋଣମେଳା ଆୟୋଜିତ ହୋଇଥିବାଲା। ଶାଖା ପରିଚାଳକ ଶ୍ରୀ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ମିଶନଶକ୍ତିର ବିପିସି ଜାଭେଦ ଇକୱାଲ ଖାନ, ଓଡ଼ିଶା ଜୀବିକା ମିଶନର ବିପିଏମ୍ ସଞ୍ଜୀବ କୁମାର କହଁର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବେନଗାଁ ଗ୍ରାମପଞ୍ଚାୟତର ୧୩ ଗୋଟି, ଲାଖବାହାଲି ପଞ୍ଚାୟତର ୧୫ ଗୋଟି, ପାହାଡ଼ପଦର ପଞ୍ଚାୟତର ୧୩ ଗୋଟି, ବିଜେପୁର ପଞ୍ଚାୟତର ୨୦ ଓ ମାଳିଯୁବାଙ୍ଗ ଗ୍ରାମପଞ୍ଚାୟତର ୨୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ଜନ ପ୍ରତିନିଧି, ବ୍ୟାଙ୍କ ଶାଖାର ସମସ୍ତ କର୍ମଚାରୀ, ମିଶନଶକ୍ତି ତଥା ଓଡ଼ିଶା ଜୀବିକା ମିଶନର ଏମ୍‌ବିକେ, ସିଆର୍‌ପିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories