www.samajalive.in
Thursday, December 11, 2025
15.1 C
Bhubaneswar

ବିଜେଡିର ଯୋଗଦେଲେ ପୂର୍ବତନ ଜିଲା ପରିଷଦ ସଭ୍ୟଙ୍କ ସମେତ ଶତାଧିକ କର୍ମୀ

ପିପିଲି:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଏବଂ ବିଜେଡି ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳର ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ୩ଟି ପଞ୍ଚାୟତର ବିଭିନ୍ନ ରାଜନୈତିକ ଦଳର ଶତାଧିକ କର୍ମୀ ଆଜି ବିଜେଡି ଦଳରେ ଯୋଗ ଦେଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଏହି ମିଶ୍ରଣ ନିଶ୍ଚିତଭାବେ ଦଳକୁ ଅଧିକ ମଜବୁତ୍‍ କରିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।
ପିପିଲି ବିଜେଡି କାର୍ଯ୍ୟାଳୟ ପରିସରରେ ରବିବାର ଅପରାହ୍ଣରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ନିକଟରେ କଂଗ୍ରେସର ପୂର୍ବତନ ଜିଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମଲ୍ଲିକ ନିଜର ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ବିଜେଡି ଦଳରେ ଯୋଗ ଦେଇଥିଲେ। ଏଥିସହ ୨୩ନଂ ଜିଲା ପରିଷଦ ଜୋନ୍‍ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ, ସଁପୁର ପଞ୍ଚାୟତ ଓ ଦୁର୍ଗାଦାଶପୁର ପଞ୍ଚାୟତର ବିଭିନ୍ନ ରାଜନୈତିକ ଦଳର ଶତାଧିକ କର୍ମୀ ବିଧିବଦ୍ଧ ଭାବେ ବିଜେଡି ଦଳରେ ଯୋଗ ଦେଇଥିଲେ।

 

- Advertisement -

ମନ୍ତ୍ରୀ ଶ୍ରୀଦାଶ ଓ ବିଧାୟକ ଶ୍ରୀମହାରଥୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ବିଜେଡି ଦଳ ଏକ ଶୃଙ୍ଖଳିତ ଦଳ ହୋଇଥିବା ବେଳେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିର୍ବାଚନମଣ୍ଡଳୀର ସମସ୍ତ ୬ଟି ଯାକ ଜିଲା ପରିଷଦ ଜୋନ୍‍ରେ ସଂଗଠନକୁ ଅଧିକ ମଜବୁତ କରି ବହୁ ଭୋଟ୍‍ରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ବିଧାୟକ ଶ୍ରୀମହାରଥୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ମିଶ୍ରଣ ପର୍ବରେ ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ଜିଲା ବିଜେଡି ସଂପାଦକ ସତ୍ୟଜିତ ରାୟଚୌଧୁରୀ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଲିଙ୍କନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories