www.samajalive.in
Thursday, December 11, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ବଡ଼ମ୍ବା ସିଂହନାଥପୀଠ ଗସ୍ତ, ଲୋକାର୍ପଣ କରିବେ ଗୋପୀନାଥପୁର-ବୈଦ୍ୟେଶ୍ୱର ସେତୁ

ବଡ଼ମ୍ବା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବଡ଼ମ୍ବା ଗସ୍ତରେ ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ଆସି ବଡ଼ମ୍ବା ଗୋପୀନାଥପୁରରେ ସକାଳ ପ୍ରାୟ ୧୧-୧୫ମିନଟ ସମୟରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ତାଙ୍କ ସହ ଆସୁଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାନଦୀରେ ଉପରେ ନବନିର୍ମିତ (ଗୋପୀନାଥପୁର-ସିଂହନାଥ ପୀଠ-ବୈଦ୍ୟେଶ୍ୱର)ଦୀର୍ଘତମ ସେତୁକୁ ଗୋପୀନାଥପୁରରେ ବିଧିବଦ୍ଧ ଲୋକାର୍ପଣ କରିବେ ଏବଂ ସେଠାରେ ଆୟୋଜିତ ଜନସଭାରେ ଉଦବୋଧନ ଦେବେ। ଏହାପରେ ଗୋପୀନାଥପୁରରୁ ପ୍ରସିଦ୍ଧ ସିଂହନାଥ ପୀଠକୁ ନୂତନ ସେତୁ ଉପରେ ମୁଖ୍ୟମନ୍ତ୍ରୀ କାର ଯୋଗେ ଯାଇ ଦୂରରୁ ମାନସଦର୍ଶନ କରିବେ ଏବଂ ସେବାୟତଙ୍କଠାରୁ ବାବା ସିଂହନାଥ ଦେବଙ୍କ ଆଜ୍ଞାମାଳ ତଥା ଆଶୀର୍ବାଦ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

 

- Advertisement -

ସିଂହନାଥ ଦେବଙ୍କ ଦର୍ଶନ ପରେ ସେଠାରୁ ବାଙ୍କୀ ବୈଦ୍ୟେଶ୍ୱର ଯାଇ ସେତୁ ଆରପାଖରେ ଆୟୋଜିତ ଜନସଭାରେ ଯୋଗଦେବାସହ ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ଜିଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ନବନିର୍ମିତ ସେତୁକୁ ଝୋଟି ଏବଂ ଫୁଲମାଳରେ ସୁନ୍ଦର ସାଜସଜ୍ଜା କରାଯାଇଛି। ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର, କଟକ ଜିଲାପାଳ ଭବାନୀଶଙ୍କର ଚୟିନୀ, ଜିଲା ଆରକ୍ଷୀ ଅଧିକାରୀ ବି.ଯୁଗଳକିଶୋରଙ୍କ ସମେତ ଆଠଗଡ଼ ଏବଂ ବାଙ୍କୀ ଉପଜିଲାପାଳ ତଥା ଜିଲାର ବହୁ ପଦାଧିକାରୀ ଅପରାହ୍ନରେ ଗୋପୀନାଥପୁରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି ବୁଲିଦେଖିବା ସହିତ ଅନୁଧ୍ୟାନ କରିଛନ୍ତି। ଜନସମାଗମକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପ୍ରଶାସନ ତରଫରୁ ବ୍ୟାପକ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories