www.samajalive.in
Saturday, December 6, 2025
19.1 C
Bhubaneswar

ଶୀତରେ ପିଅନ୍ତୁ ଗୁଡ ଚା’

ଶୀତଦିନେ ଏପରି କିଛି ସ୍ୱତନ୍ତ୍ର ଖାଦ୍ୟ ଓ ପାନୀୟ ରହିଛି , ଯାହାର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଏହା ସହଜରେ ମଧ୍ୟ ଉପଲବ୍ଧ।
ଗୁଡରେ ପ୍ରଚୁର ମାତ୍ରାରେ ଆଇରନ ରହିଛି। ଆଇରନ ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ପଠାଇବାରେ ବେଶ ସହାୟକ ହୋଇଥାଏ। ଫଳରେ ଶରୀରରେ ରକ୍ତର ଅଭାବ ହୋଇନଥାଏ।
ଏଥିରେ ଉଭୟ ଭିଟାମିନ ଓ ମିନେରାଲ୍ସ ରହିଥାଏ। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ଓ ସୁଚାରୁ ରୂପେ କାର୍ଯ୍ୟ କରିବାକୁ ସହାୟକ ହୋଇଥାଏ। ଫଳରେ ଆପଣଙ୍କର ପେଟ ଓ ଗଳାରେ ହେଉଥିବା ଏସିଡିଟି ଓ ଜଳାପୋଡା ଭଳି ଅନୁଭବ ହେଉଥିବା ସମସ୍ୟା ଦୂର କରିଥାଏ।
ଗୁଡ ଚା’ ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ଭିଟାମିନର ଅଭାବ ମଧ୍ୟ ଦୂର କରିଥାଏ।
ଚିନି ବଦଳରେ ଗୁଡ ବ୍ୟବହାର କରିବା ଦ୍ୱାରା ଶରୀରରେ ଫାଟ୍‍ ଜମାଟ ବାନ୍ଧି ନଥାଏ। ଏହାସହ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ।
ଗୁଡ ଶରୀରକୁ ଉଷ୍ଣତା ପ୍ରଦାନ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଯଦି ଆପଣଙ୍କର ମାଇଗ୍ରେନ (ଅର୍ଦ୍ଧକପାଳୀ) ଓ ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଥାଏ, ତେବେ ଆପଣ କ୍ଷୀରରେ ଗୁଡ ବ୍ୟବହାର କରି ଚା’ ପ୍ରସ୍ତୁତ କରି ପିଅନ୍ତୁ। ଏହା ଖୁବ ଉପକାରୀ।
ଗୁଡ ସେବନ ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଫଳରେ ତ୍ୱଚାର ଚମକ ବୃଦ୍ଧି ପାଇଥାଏ।
ଗୁଡ ଚା’ ପ୍ରସ୍ତୁତ କରିବାର ପ୍ରଣାଳୀ
ଆବଶ୍ୟକ ସାମଗ୍ରୀ
ଗୁଡ – ୨ ଚାମଚ
ପାଣି – ୨କପ
ଅଦା – ଅଳ୍ପ
କ୍ଷୀର – ୧କପ
ଚା’ପତି – ୨ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଉଷୁମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେ ଅଦା,ଗୁଡ ପକାଇ ଫୁଟାନ୍ତୁ। କିଛି ସମୟ ପରେ ଚା’ପତି ପକାଇବା ପରେ କ୍ଷୀର ପକାଇ ଫୁଟାନ୍ତୁ। ଏବେ ଏକ ପାତ୍ରକୁ କାଢି ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗୁଡ ଚା’।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories