www.samajalive.in
Saturday, December 13, 2025
15.1 C
Bhubaneswar

ଚାରିଟି ରାଷ୍ଟ୍ରର ଉପଗ୍ରହ ମହାକାଶକୁ ପଠାଇବ ଇସ୍ରୋ

ନୂଆଦିଲ୍ଲୀ: ଭାରତର ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚାରିଟି ରାଷ୍ଟ୍ରର ଉପଗ୍ରହ ମହାକାଶକୁ ପଠାଇବା ନିମନ୍ତେ ଛଅଟି ରାଜିନାମାରେ ସ୍ୱାକ୍ଷର କରିଛି। ୨୦୨୧-୨୩ରେ ଏହି ଉପଗ୍ରହଗୁଡିକୁ ଇସ୍ରୋ ନିଜ ରକେଟ ସାହାଯ୍ୟରେ ମହାକାଶକୁ ପଠାଇବ। ଇସ୍ରୋର ବ୍ୟବସାୟିକ ଶାଖା ନିୟୁ ସ୍ପେଶ୍‍ ଇଣ୍ଡିଆ ଲିମିଟେଡ ଭାରତର ମୁଖ୍ୟ ରକେଟ ପିଏସଏଲଭି ସହାୟତାରେ ବିଦେଶୀ ଉପଗ୍ରହଗୁଡିକୁ ମହାକାଶକୁ ନେଇ ସେଗୁଡିକର କକ୍ଷ ପଥରେ ଅବସ୍ଥାପିତ କରିବ ବୋଲି କେନ୍ଦ୍ର ମହାକାଶ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଆଉ ମଧ୍ୟ କହିଛନ୍ତି ଯେ ଏହି ବିଦେଶୀ ଉପଗ୍ରହଗୁଡିକୁ ମହାକାଶକୁ ପଠାଇବା ନିମନ୍ତେ ଇସ୍ରୋ ୧୩୨ ନିୟୁତ ୟୁରୋ ଉପାର୍ଜନ କରିବ। ୧୯୯୯ରୁ ଇତିମଧ୍ୟରେ ପିଏସଏଲଭି ସହାୟତାରେ ୩୪ଟି ରାଷ୍ଟ୍ରର ମୋଟ ୩୪୨ଟି ବିଦେଶୀ ଉପଗ୍ରହକୁ ମହାକାଶକୁ ବ୍ୟବସାୟିକ ଭିତ୍ତିରେ ପ୍ରେରଣ କରାଯାଇଛି। ଏହି ପ୍ରକ୍ରିୟାରୁ ୨୦୧୯ରୁ ୨୦୨୧ ମଧ୍ୟରେ ଭାରତକୁ ପ୍ରାୟ ୩୫ ନିୟୁତ ଡଲାର ଏବଂ ୧୦ ନିୟୁତ ୟୁରୋ ମିଳିସାରିଛି। ଏହି ଉପଗ୍ରହଗୁଡିକ ମୁଖ୍ୟତଃ ଭୂପୃଷ୍ଠ ନିରୀକ୍ଷଣ, ବୈଜ୍ଞାନିକ ଏବଂ ପ୍ରଯୁକ୍ତି ପ୍ରଦର୍ଶନ ଉଦ୍ଦେଶ୍ୟରେ ପଠାଯାଉଥିବା ସେ କହିଛନ୍ତି। ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ୧୨ଟି ଉପଗ୍ରହ ସମେତ ମୋଟ ୧୨୪ଟି ଉପଗ୍ରହକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ଶ୍ରୀ ସିଂ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories