www.samajalive.in
Monday, December 8, 2025
24.1 C
Bhubaneswar

୬୫ ଲକ୍ଷ ଲୁଟ୍‍: ଜାତୀୟସ୍ତରୀୟ କୁସ୍ତିଯୋଦ୍ଧା ସମେତ ୩ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ସେନା ସରିତା ବିହାରରେ ସଂଗଠିତ ୬୫ ଲକ୍ଷ ଟଙ୍କା ଲୁଟ୍‍ ମାମଲାରେ ଜଣେ ଜାତୀୟସ୍ତରୀୟ କୁସ୍ତିଯୋଦ୍ଧାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୁଲିସ୍‍ ମୁତାବକ କୁସ୍ତିଯୋଦ୍ଧା ସୁନୀଲ ଏବଂ ତାର ଦୁଇ ସାଙ୍ଗ ରାଜେଶ ଏବଂ ଯୋଗେନ୍ଦ୍ର କୁଖ୍ୟାତ ଲୁଟେରା ଅଟନ୍ତି। ୩ ଜଣ ଯାକଁ ମିଶି ଅଗଷ୍ଟ ୧ରେ ସରିତା ବିହାରର ମୋହମ୍ମଦ ସାଜବ ନାମକ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬୫ ଲକ୍ଷ ଟଙ୍କା ଲୁଟି୍‍ ନେଇଥିଲେ। ସେହି ଟଙ୍କାରେ ସେମାନେ ଏକ ମାରୁତି ଜିପ୍ସି ଏବଂ ମାରୁତି ଆର୍ଟିଗା ଗାଡ଼ି କିଣିଥିଲେ। ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ଶାଖାକୁ ଏହି ଡକାୟତିର ତଦନ୍ତ ଭାର ଦିଆଯାଇଥିଲା। ପ୍ରାୟ ମାସେ କାଳ କଠିନ ପରିଶ୍ରମ କରିବା ପରେ ସ୍ୱତନ୍ତ୍ର ଶାଖା ଇନିସ୍‍ପେକ୍ଟର ଶିବ କୁମାର ଲୁଟରେ ସମ୍ପୃକ୍ତ ଯୋଗେନ୍ଦ୍ର ବିଷୟରେ ତଥ୍ୟ ପାଇଥିଲେ। ଏନେଇ ସେ ଏସ୍‍ପି ଉତ୍ତର ସିଂହଙ୍କୁ ଅବଗତ କରାଇଥିଲେ। ଯୋଗେନ୍ଦ୍ରକୁ ପିଛା କରି ସେମାନେ ଲୁଟ୍‍ର ସମ୍ପୂର୍ଣ୍ଣ ତଥ୍ୟ ପାଇଥିଲେ। ଏହାପରେ ଯୋଗେନ୍ଦ୍ରଙ୍କୁ ସିରିଫୋର୍ଟ ବସଷ୍ଟାଣ୍ଟରୁ ଗିରଫ କରିଥିଲେ। ପରେ ଲୁଟ୍‍ର ମାଷ୍ଟରମାଇଣ୍ଡ ସୁନୀଲ ଏବଂ ରାଜେଶକୁ ନରେଲାରୁ ଗିରଫ କରିଥିଲେ। ପଚରାଉଚୁରାରୁ ସୁନୀଲ ଲୁଟ୍‍ର ସମ୍ପୂର୍ଣ୍ଣ ଯୋଜନା କରିଥିଲା ବୋଲି ସ୍ୱୀକାର କରିଛି। ଲୁଟ୍‍ ଟଙ୍କାରେ ସେମାନେ ଗୋଆ, ମୁମ୍ବଇ ଏବଂ କୋହ୍ଲାପୁର ଯାଇ ପାର୍ଟି କରିଥିଲେ ଓ ଗାଡ଼ି କିଣିଥିଲେ ବୋଲି ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories