www.samajalive.in
Monday, December 8, 2025
24.1 C
Bhubaneswar

କାରାଦଣ୍ଡ ଭୋଗିପାରନ୍ତି ସିଧୁ

ନୂଆଦିଲ୍ଲୀ : ପଞ୍ଜାବର ପର୍ଯ୍ୟଟନ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ତାରକା ନବଜୋତ୍‍ ସିଂହ ସିଧୁ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ସିଧୁ ସେ ଦେଶର ସେନାଧ୍ୟକ୍ଷଙ୍କୁ କୋଳାଗ୍ରତ କରିବା ନେଇ ବେଶ୍‍ ବିବାଦରେ ଛନ୍ଦି ହୋଇଥିଲେ। ଏବେ ତାଙ୍କ ବିରୋଧରେ ରହିଥିବା ପୁରୁଣା ରାସ୍ତାରେ ମାରପିଟ୍‍ ମାମଲାକୁ ପୁନଃ ଖୋଲିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହା ଦ୍ୱାରା ସେ କାରାଦଣ୍ଡର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଗତ ମେ ୧୫ରେ ନ୍ୟାୟାଳୟ ତାଙ୍କୁ ଏହି ମାମଲାରେ ଏକ ହଜାର ଟଙ୍କାର ଜୋରିମାନା ସହିତ ହତ୍ୟା ମାମଲାରୁ ଦୋଷମୁକ୍ତ କରିଥିଲେ। ୧୯୮୮ରେ ରାସ୍ତାରେ ଗଣ୍ଡଗୋଳ କରି ସିଧୁ ଜଣଙ୍କୁ ମାରୁମାରୁ ମାରି ଦେଇଥିଲେ। ଏହି ମାମଲାର ପୁନର୍ବିଚାର ପାଇଁ ମୃତକଙ୍କ ପରିବାର ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା ଓ ଏହା ବିଚାର ପାଇଁ ଗୃହୀତ ହୋଇଛି। ଏଥିସହିତ ଆବେଦନକାରୀଙ୍କ ଦାବି ମତେ ତାଙ୍କୁ କାହିଁକି କଠୋର ଦଣ୍ଡବିଧାନ କରା ନଯିବ ତା’ର ଉତ୍ତର ଦେବାକୁ ସିଧୁଙ୍କୁ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି। ସିଧୁ ଏବେ ଦୋଷୀ ସାବ୍ୟସ୍ତ ହେଲେ ଗୋଟିଏ ବର୍ଷ କାରାଦଣ୍ଡ ଭୋଗିବେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories