www.samajalive.in
Tuesday, December 9, 2025
16.1 C
Bhubaneswar

ନେସ୍କୋ ପକ୍ଷରୁ ବିଦ୍ୟାଳୟକୁ ଫୁଲକୁଣ୍ଡ ପ୍ରଦାନ

ବାଙ୍କୀ :  ବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରିବାର ଆବଶ୍ୟକତା ଯେତିକି ଅଛି ବିଦ୍ୟାଳୟ ସମ୍ମୁଖକୁ ଫୁଲକୁଣ୍ଡରେ ସଜାଇ ରଖିବା ଅନ୍ୟ ଏକ ପ୍ରେରଣାଦାୟକ କାର୍ଯ୍ୟ ବୋଲି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସ୍କୋ ପକ୍ଷରୁ ପ୍ରୟାସ ଜାରି ରହିଛି। ସୂଚନା ଅନୁଯାଇ ଅନୁଷ୍ଠାନର ସମ୍ପାଦକ ପ୍ରକୃତି ବନ୍ଧୁ ବଳରାମ ପାଇକରାୟଙ୍କ ଦ୍ୱାରା ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ଚକାପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଫୁଲକୁଣ୍ଡ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ସୈାନ୍ଦର୍ଯ୍ୟମୟ ପରିବେଶରେ ବିଦ୍ୟାଳୟକୁ ଆସିବା ପାଇଁ ପ୍ରେରଣା ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି। ଫୁଲକୁଣ୍ଡ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ କନକଲତା ନାୟକ,ଶିକ୍ଷକ ରମେଶ ଚନ୍ଦ୍ର ନାୟକ,ପରିଚାଳନା କମିଟି ଅଧ୍ୟକ୍ଷା ରେଖାରାଣୀ ସାହୁ,ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା,ସଭ୍ୟ ଭାସ୍କର ସାହୁ,ବିଜନ ବିହାରୀ ମହାନ୍ତି,ବୈକୁଣ୍ଠନାଥ ନନ୍ଦ,ଧୃବଚରଣ ବେହେରା,କୁମର ବେହେରା,ସଭ୍ୟା ସଂଯୁକ୍ତା ମଲ୍ଲିକ,ରଶ୍ମିତା ମହାପାତ୍ର,ପାର୍ବତୀ ପ୍ରଧାନ,କବିତା ବେହେରା,ସନ୍ଧ୍ୟାରାଣୀ ବେହେରା,ବୀଣାପାଣି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକୃତିବନ୍ଧୁ ଶ୍ରୀ ପାଇକରାୟଙ୍କ ଏଭଳି ସହଯୋଗକୁ ବୁଦ୍ଧିଜିବି ଓ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରଶଂସା କରିଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories