www.samajalive.in
Thursday, December 11, 2025
23.1 C
Bhubaneswar

କେରଳ, ଆନ୍ଧ୍ର, ଚଣ୍ଡିଗଡକୁ ବ୍ୟାପିଲା ଓମିକ୍ରନ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣ ୩୮କୁ ବୃଦ୍ଧି ପାଇଛି। କେତେକ ନୂଆ ରାଜ୍ୟକୁ ଓମିକ୍ରନ ସଂକ୍ରମଣ ବ୍ୟାପିଛି। ରବିବାର କେରଳ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡରେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ମହାରାଷ୍ଟ୍ରର ନାଗପୁର ଓ କର୍ଣ୍ଣାଟକ ଆଉ କେତେକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁଯାୟୀ ଭାରତରେ ଦିନକୁ ଦିନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେରଳରେ ଚିହ୍ନଟ ସଂକ୍ରମିତ ବ୍ୟକ୍ତି ଆବୁଧାବିରୁ ଭାୟା ବ୍ରିଟେନ ହୋଇ ଡିସେମ୍ବର ୬ରେ ଭାରତ ଫେରିଥିଲେ। ଡିସେମ୍ବର ୮ରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ବିମାନରେ ତାଙ୍କ ସହ ଥିବା ୧୪୯ ଯାତ୍ରୀଙ୍କୁ ଏନେଇ ସୂଚନା ଦିଆଯିବା ସହ କରୋନା ପରୀକ୍ଷା କରାଇବା ପାଇଁ କୁହାଯାଇଛି। ସେହିପରି ଆନ୍ଧପ୍ରଦେଶରେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି। ସେ ନିକଟରେ ଆୟର୍ଲାଣ୍ଡରୁ ଫେରିଥିଲେ। ମୁମ୍ବଇରେ ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ବିଶାଖାପାଟନମ ଆସିଥିଲେ। ସେଠାରେ ଆଉ ଥରେ କୋଭିଡ ପରୀକ୍ଷା ହେବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଜିନୋମ ସି‌େକ୍ବନ୍ସ ପରୀକ୍ଷା ଦ୍ୱାରା ଜଣାପଡିଲା ଯେ, ସେ ଓମିକ୍ରନ ପ୍ରଜାତିରେ ସଂକ୍ରମିତ। ତେବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିବା ସୂଚନା ମିଳିଛି। ଚଣ୍ଡିଗଡରେ ଜଣେ ୨୦ବର୍ଷର ଯୁବକ ଓମିକ୍ରନ ସଂକ୍ରମିତ ହୋଇଛନ୍ତି। ନିକଟରେ ସେ ଇଟାଲୀରୁ ଫେରିଥିଲେ। ଡିସେମ୍ବର ୧ରେ ସେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କ ସ୍ବାବ ନମୁନାର ଜିନୋମ ସି​‌େ​‌କ୍ବନ୍ସ ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ତିନି ସଂକ୍ରମିତଙ୍କ ବ୍ୟତୀତ ମହାରାଷ୍ଟ୍ର ନାଗପୁରରୁ ଜଣେ ୪୦ବର୍ଷୀୟ ଯୁବକ ଓମିକ୍ରନ ପ୍ରଜାତି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହାଦ୍ବାରା ମହାରାଷ୍ଟ୍ରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ​‌େ​‌ସହିପରି କର୍ଣ୍ଣାଟକରେ ମଧ୍ୟ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ୩୪ବର୍ଷର ଦକ୍ଷିଣ ଆଫ୍ରିକା ଫେରନ୍ତା। କର୍ଣ୍ଣାଟକରେ ଏହା ତୃତୀୟ ଓମିକ୍ରନ ସଂକ୍ରମଣ। ତେବେ ଦେଶରେ ଓମିକ୍ରନ ସଂକ୍ରମଣକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ଟିକା ନେବା ଭଳି କରୋନା ସତର୍କତା ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories