www.samajalive.in
Monday, December 8, 2025
27.1 C
Bhubaneswar

ପ୍ରାଣଘାତୀ ଏହି ପେନ୍‍କିଲର୍‍

ସାଧାରଣତଃ ଆମେ ଯନ୍ତ୍ରଣାରୁ ଶୀଘ୍ର ଉପଶମ ପାଇବା ପାଇଁ ପେନ୍‍ କିଲର୍‍(ଯନ୍ତ୍ରଣା ହ୍ରାସକ ଔଷଧ)ର ବ୍ୟବହାର କରୁ। ତେବେ ଏହା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢାଇଥାଏ। ଯଦ୍ୱାରା ହୃଦ୍‍ଘାତ ଭଳି ବହୁ ସମସ୍ୟା ଦେଖା ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଡାଇକ୍ଲୋଫେନାକ୍‍ ବଦଳରେ ପାରାସିଟାମଲ୍‍ ଓ ଅନ୍ୟ ପେନ୍‍କିଲର୍‍ ର ବ୍ୟବହାର କରାଯାଇ ପାରିବ। ଡେନ୍‍ମାର୍କର ବିଶେଷଜ୍ଞମାନଙ୍କ ମତରେ, ଡାଇକ୍ଲୋଫେନାକ୍‍ ଏତେ ହାନିକାରକ ହୋଇଥାଏ ଯେ ଏହା କୌଣସି ଔଷଧ ଦୋକାନରେ ବିକ୍ରି ହେବା ଉଚିତ୍‍ ନୁହେଁ। ଯଦି ଏହାକୁ ବଜାରରେ ଉପଲବ୍ଧ କରାଯାଉଛି, ତେବେ ପ୍ୟାକେଟ୍‍ ଉପରେ ଏହାର ବ୍ୟବହାର ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲେଖି ଜଣାଇବା ଆବଶ୍ୟକ।
ଡାଇକ୍ଲୋଫେନାକ୍‍ ଯନ୍ତ୍ରଣା ଓ ଫୁଲା କମାଇବା ପାଇଁ ଏକ ପାରମ୍ପରିକ ନନ୍‍-ଷ୍ଟେରୋଇଡ଼ାଲ୍‍ ଏଣ୍ଟି ଇନ୍‍ଫ୍ଲାମେଟୋରୀ ଡ୍ରଗ୍‍(ଏନ୍‍ଏସ୍‍ଏଆଇଡ଼ି)। ସାରା ଦୁନିଆରେ ଏହାର ବହୁଳ ବ୍ୟବହାର କରାଯାଇଥାଏ। ଗବେଷକଙ୍କ କହିବା ଅନୁସାରେ ଏହି ଔଷଧର ବ୍ୟବହାର ଦ୍ୱାରା ହୃଦ୍‍ ରୋଗ ସମ୍ବନ୍ଧୀୟ ବହୁ ସମସ୍ୟା ଦେଖାଦେଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories