www.samajalive.in
Monday, December 8, 2025
24.1 C
Bhubaneswar

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ସହକାରୀ ଯୋଗାଣ ଅଧିକାରୀ ଗିରଫ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଦୁର୍ନୀତି ନିବାରଣ ବିଭାଗ ନୟାଗଡ ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କୁ ଗିରଫ କରିଛି। ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରକାଶ ଯେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଶନିବାର ଶ୍ରୀ ଦାସଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୫ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ଚଢଉ ବେଳେ ନୟାଗଡ ଲେଙ୍କୁଡିପଡାରେ ୪ମହଲା କୋଠା, ଓଡଗାଁରେ ଦୁଇଟି ୨ ମହଲା କୋଠା, ନୟାଗଡରେ ୮ଟି ଓ ଭୁବନେଶ୍ବରରେ ଗୋଟିଏ ବାସପଯୋଗୀ ଜମି ଠାବ ହୋଇଥିଲା । ସେହିପରି ଶ୍ରୀ ଦାସଙ୍କର ଗୋଟିଏ ୪ଚକିଆ ଓ ତିନୋଟି ୨ ଚକିଆ ଯାନ ଥିବା ବେଳେ ବ୍ୟାଙ୍କ ଓ ଡାକଘରେ ୯.୩୦ଲକ୍ଷ ଟଙ୍କାର ଜମା, ବୀମାରେ ୮.୬୪ ଲକ୍ଷ ନିେବଶ କରିଥିବା ଜଣାପଡିଛି । ୪.୯୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଗହଣା, ନଗଦ ୨,୭୪,୦୭୫ଟଙ୍କା ଜବତ ହୋଇଥିଲା । ଶ୍ରୀ ଦାସଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୩୧କୋଟି ଟଙ୍କା ଆକଳନ କରାଯାଇଥିଲା। ତେବେ ଚଢଉ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀ ଦାସଙ୍କର ୧  କୋଟି ୬୦ଲକ୍ଷ ୧୬ ହଜାର ୨୧୬ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡିଛି, ଯାହାକି ତାଙ୍କ ମୋଟ ଆୟଠାରୁ ୧୩୭ ପ୍ରତିଶତ ଅଧିକ ବୋଲି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

- Advertisement -

 

 

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories