www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ ଉପଗ୍ରହ ସେବା ଯୋଗାଇବ ଷ୍ଟାରଲିଙ୍କ

ନ୍ୟୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସାଟେଲାଇଟ ଇଂଟରନେଟ କମ୍ପାନୀ ଷ୍ଟାରଲିଙ୍କ ଭାବରେ ଖୁବଶୀଘ୍ର ଇଂଟରନେଟ ସେବା ଯୋଗାଣ ଆରମ୍ଭ କରିବ । ତାହାପୂର୍ବରୁ ତାଙ୍କ କମ୍ପାନୀ ଟେସଲା ଭାରତରେ ବ୍ୟବସାୟିକ ଲାଇସେନ୍ସ ପାଇଁ ଆବେଦନ କରିବ ବୋଲି ଜଣାଯାଇଛି । ଲାଇସେନ୍ସ ମିଳିବା ପରେ ଏହା ଭାରତର ଇଂଟରନେଟ ବ୍ୟବହାରକାରୀଙ୍କୁ ବ୍ରଡବ୍ୟାଣ୍ଡ ଇଂଟରନେଟ ସେବା ଯୋଗାଣ ଆରମ୍ଭ କରିବ । ୨୦୨୨ ଡିସେମ୍ବର ସୁଦ୍ଧା ଷ୍ଟାରଲିଙ୍କ ଭାରତରେ ପ୍ରାୟ ୨ ଲକ୍ଷ ଇଂଟରନେଟ ସେବା ଯୋଗାଣକାରୀ ଉପକରଣ ସ୍ଥାପନ କରିବା ଲକ୍ଷ୍ୟ ରଖିଛି ।
ଭାରତରେ ଇଂଟରନେଟ ସେବା ଯୋଗାଣ ନିମନ୍ତେ ଆବଶ୍ୟକ ଅନୁମତି ନେବାକୁ ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଅନ୍ତର୍ଗତ ଦୂରସଂଚାର ବିଭାଗ ପକ୍ଷରୁ ଷ୍ଟାରଲିଙ୍କକୁ ସତର୍କ କରାଇ ଦିଆଯିବା ପରେ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି । ଭାରତରେ ଇଂଟରନେଟ ଯୋଗାଣ ଆରମ୍ଭ ଯୋଜନା ସମ୍ପର୍କରେ ପ୍ରକାଶ କରି ଷ୍ଟାରଲିଙ୍କର ଡାଇରେକ୍ଟର ସଞ୍ଜୟ ଭାର୍ଗବ କହିଛନ୍ତି, କମ୍ପାନୀ ଏଥିପାଇଁ ୨୦୨୨ ଜାନୁଆରୀ ୩୧ ପୂର୍ବରୁ ବ୍ୟବସାୟିକ ଲାଇସେନ୍ସ ପାଇଁ ଆବେଦନ କରିବାକୁ ସ୍ଥିର କରିଛି । କମ୍ପାନୀ ଦୁଇଟି ଗାଇଡ ପ୍ରଚଳନ କରିବ । ସେଥିମଧ୍ୟରୁ ଗୋଟିଏ ବ୍ୟକ୍ତିବିଶେଷ ଓ ଘରୋଇ କ୍ଷେତ୍ର ପାଇଁ ଏବଂ ଅନ୍ୟଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଉଦ୍ଦିଷ୍ଟ ହେବ । ଭାରତ ସରକାରଙ୍କ ଆଦେଶ ପରେ କମ୍ପାନୀ ତାହାର ପ୍ରାକ୍‍ ବୁକିଂ ପୋର୍ଟାଲକୁ ବନ୍ଦ କରିଦେଇଛି, ଯାହା ପୂର୍ବରୁ ଉପଲବ୍ଧ ହେଉଥିଲା । ଏହା ୨୦୨୨ ଡିସେମ୍ବର ସୁଦ୍ଧା ଭାରତରେ ପ୍ରାୟ ୨ଲକ୍ଷ ଉପକରଣ ସ୍ଥାପନ ଯୋଜନା କରିଥିବାବେଳେ ସେଥିମଧ୍ୟରୁ ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ସ୍ଥାପନ କରାଯିବ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories