www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱର ଶ୍ରେଷ୍ଠ ୫ ପ୍ରଯୁକ୍ତି କମ୍ପାନୀର ନେତୃତ୍ୱ ନେଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରଯୁକ୍ତି କ୍ଷେତ୍ରରେ ଭାରତୀୟଙ୍କର ଆଧିପତ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ବିଶ୍ୱସ୍ତରୀୟ ଚାରିଟି ଅଗ୍ରଣୀ ପ୍ରଯୁକ୍ତି କମ୍ପାନୀ ଭାରତୀୟଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ସେହି ତାଲିକାରେ ଆଉ ଏକ କମ୍ପାନୀ ଯୋଡି ହୋଇଛି । ଗୁଗଲ, ମାଇକ୍ରୋସଫ୍ଟ ଭଳି ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କମ୍ପାନୀ ପରେ ଏବେ ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ସାମାଜିକ ନେଟୱର୍କିଂ ପ୍ଲାଟଫର୍ମ ଟ୍ୱିଟର ଆଉ ଜଣେ ଭାରତୀୟଙ୍କ ଦ୍ୱାରା ପରିଚାଳିତ ହେବାକୁ ଯାଉଛି । ଆଇଆଇଟି ବମ୍ବେର ପୂର୍ବତନ ଛାତ୍ର ପରାଗ ଅଗ୍ରୱାଲଙ୍କୁ ଟ୍ୱିଟର ସିଇଓ ଭାବରେ ନିଯୁକ୍ତି ଦିଆଯାଇଛି ।
ପରାଗଙ୍କର ନୂତନ ନିଯୁକ୍ତିକୁ ଜଣେ ବିଶିଷ୍ଟ ଉଦ୍ୟୋଗପତି ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ ସ୍ୱାଗତ କରିଛନ୍ତି । ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଟ୍ୱିଟ କରି କହିଛନ୍ତି, ଭାରତୀୟ ପ୍ରତିଭାମାନଙ୍କ ଦ୍ୱାରା ଆମେରିକା ବହୁଳ ଭାବରେ ଉପକୃତ ହେଉଛି । ସଂପ୍ରତି ଭାରତୀୟ ବଂଶୋଦ୍ଭବମାନେ ବିଶ୍ୱର ଶୀର୍ଷ ପ୍ରଯୁକ୍ତି କମ୍ପାନୀଗୁଡିକର ନେତୃତ୍ୱ ନେଉଛନ୍ତି । ସେହି କମ୍ପାନୀଗୁଡିକ ମଧ୍ୟରେ ରହିଛି ଗୁଗଲ, ମାଇକ୍ରୋସଫ୍ଟ, ଆଡବ, ଆଇବିଏମ୍‍, ପାଲୋ ଅଲଟୋ ନେଟୱର୍କସ ଏବଂ ସଂପ୍ରତି ସେଥିରେ ଯୋଡିହୋଇଛି ଟ୍ୱିଟର ।
ସୂଚନାଯୋଗ୍ୟ ଯେ ୨୦୧୫ରେ ସୁନ୍ଦର ପିଚାଇଙ୍କୁ ଗୁଗଲର ସିଇଓ ଭାବରେ ନିଯୁକ୍ତି ଦିଆଯାଇଥିଲା । ପରେ ୨୦୧୯ରେ ତାଙ୍କୁ ଗୁଗଲର ମୂଳ କମ୍ପାନୀ ଆଲଫାବେଟର ସିଇଓ ଭାବେ ନିଯୁକ୍ତି ଦିଆଗଲା । ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର ସୁନ୍ଦର ମ୍ୟାକିନସେରେ ଅଳ୍ପଦିନ କାମ କରିବା ପରେ ୨୦୦୪ରେ ଗୁଗଲରେ ଯୋଗଦେଇଥିଲେ । ସେହିଭଳି ସତ୍ୟନାରାୟଣ ନାଡେଲାଙ୍କୁ ୨୦୧୪ରେ ମାଇକ୍ରୋସଫ୍ଟ ସିଇଓ ଭାବରେ ନିଯୁକ୍ତି ଦିଆଯାଇଥିଲା । ଷ୍ଟିଭ ବାମରଙ୍କ ସ୍ଥାନରେ ସେ ଉକ୍ତ ପଦବୀରେ ଅଧିଷ୍ଠିତ ହୋଇଥିଲେ । ସେ ୧୯୯୨ରୁ ମାଇକ୍ରୋସଫ୍ଟ ସହିତ ସଂଯୁକ୍ତ ରହିଆସିଛନ୍ତି । ତାହା ପୂର୍ବରୁ ସେ ଅଳ୍ପକାଳ ପାଇଁ ସନ ମାଇକ୍ରୋସିଷ୍ଟମ୍ସରେ କାମ କରିଥିଲେ । ନାଡେଲାଙ୍କ ବାପା ବୁକ୍କାପୁରମ ନାଡେଲା ଯୁଗାନ୍ଧର ୧୯୬୨ ମସିହା ବ୍ୟାଚର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ଅରବିନ୍ଦ କ୍ରିଷ୍ଣ ୨୦୨୦ରୁ ଆଇବିଏମର ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି ଏବଂ ୨୦୨୧ରେ ସେ ଏହାର ଚେୟାରମ୍ୟାନ ପଦବୀରେ ମଧ୍ୟ ଅଧିଷ୍ଠିତ ହୋଇଛନ୍ତି । ୧୯୯୦ରେ ସେ ଆଇବିଏମରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ୨୦୧୫ରେ ଭାଇସ ପ୍ରେସିଡେଣ୍ଟ ଭାବରେ ପଦୋନ୍ନତି ପାଇଥିଲେ । ଆନ୍ଧ୍ରପ୍ରଦେଶରେ ଜନ୍ମିତ ଅରବିନ୍ଦଙ୍କ ବାପା ଭାରତୀୟ ସେନାବାହିନୀରେ ଜଣେ ଅଫିସର ଥିଲେ । ଶାନ୍ତନୁ ନାରାୟଣ ୨୦୦୭ରୁ ଆଡବର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୧୯୯୮ରେ କମ୍ପାନୀର ୱାର୍ଲଡୱାଇଡ ପ୍ରଡକ୍ଟ ଡେଭଲପମେଣ୍ଟ ବିଭାଗରେ ସିନିୟର ଭାଇସ ପ୍ରେସିଡେଣ୍ଟ ଭାବରେ ଯୋଗଦେଇଥିଲେ । ୨୦୦୫ରେ ସେ କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଣ୍ଟ ହେବାପରେ ସେହିବର୍ଷ ସିଓଓ ହୋଇଥିଲେ । ସେହିଭଳି ନିକେଶ ଆରୋରା ଆମେରିକାର ଏକ ବହୁରାଷ୍ଟ୍ରୀୟ ସାଇବର ନିରାପତ୍ତା କମ୍ପାନୀ ପାଲୋ ଅଲଟୋ ନେଟୱର୍କସର ମୁଖ୍ୟ ଭାବରେ ୨୦୧୮ ଜୁନ ୧ରୁ କାର୍ଯ୍ୟ କରିଆସୁଛନ୍ତି । ସେ ଗୁଗଲର ସିନିୟର ଏକଜିକ୍ୟୁଟିଭ ଭାବରେ କାର୍ଯ୍ୟ କରିବା ପରେ ୨୦୧୪ ଅକ୍ଟୋବରରୁ ୨୦୧୬ ଜୁନ ପର୍ଯ୍ୟନ୍ତ ସଫ୍ଟବ୍ୟାଙ୍କର ପ୍ରେସିଡେଣ୍ଟ ଥିଳେ । ସେ ବାରାଣାସୀସ୍ଥିତ ଆଇଆଇଟି ବିଏଚୟୁରୁ ବି ଟେକ ଶିକ୍ଷା ହାସଲ କରିଥିଲେ ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories