www.samajalive.in
Thursday, December 11, 2025
15.1 C
Bhubaneswar

ଠିକାଦାରଙ୍କ ବିରୋଧରେ ଥାନାରେ ଏତାଲା ଦେଲେ ବିଧାୟକ

ଚୌଦ୍ୱାର  : ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୩ବର୍ଷ ହେଲା ଜାରୀ ରହିଛିଥିଲେ ହେଁ କାର୍ଯ୍ୟ ହାତକୁ ନେଇଥିବା ଗାୟତ୍ରୀ କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ଏହି କାର୍ଯ୍ୟକୁ ଅତି ମନ୍ଥର ଗତିରେ କରିବା ସହିତ ରାସ୍ତାକୁ ଖୋଳିତାଡ଼ି ଅଗମ୍ୟକରି ପକାଇ ଦେଇଥିବାରୁ ଜନ ସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଗତ ୩ମାସରୁ ଅଧିକ ଦିନ ହେବ ଏହି ଠିକାସଂସ୍ଥା ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଅନ୍ତର୍ଦ୍ଧାନ ହୋଇ ଯାଇଥିବାରୁ ଅଞ୍ଚଳବାସୀଙ୍କ ମଧୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏନେଇ ସ୍ଥାନୀୟ ଜନସାଧାରଣ ବହୁବାର ରାଜରାସ୍ତାକୁ ଓହ୍ଲାଇବା ସହିତ ଠିକାସଂସ୍ଥା ବିରୋଧରେ ବହୁବାର ଆନ୍ଦୋଳନ କରିଛନ୍ତି । ଏପରିକି ୪ ମାସ ତଳେ ଠିକା ସଂସ୍ଥାର ପ୍ରତିନିଧି, ଏନ୍ଏଚଆଇ ଅଧିକାରୀ ଆଦିଙ୍କୁ ଦୀର୍ଘ ସମୟ ଘେରାଉ କରି ରଖିବା ସହିତ ସେମାନଙ୍କୁ ଖରାରେ ଚଲାଇ ଚଲାଇ ରାସ୍ତାର ସ୍ଥିତି ଦେଖାଇଥିଲେ । ଖୁବ୍ ଶିଘ୍ର ରାସ୍ତାକାର୍ଯ୍ୟ ସମ୍ପନ୍ନ ହେବ ବୋଲି ଠିକାସଂସ୍ଥା ପ୍ରତିନିଧି ଦୃଢ଼ ପ୍ରତିଶ୍ରୁତି ଦେଇ ସେହି ଦିନଠାରୁ ଫେରାର ହୋଇ ଯାଇଛନ୍ତି ।

୫୦ ହଜାର ଜନସଂଖ୍ୟ ବିଶିଷ୍ଟ ଚୌଦ୍ୱାର ସହରର ଜନ ସାଧାରଣଙ୍କ ବାରମ୍ବାର ଅଭିଯୋଗ ପରେ ସୋମବାର ସ୍ଥାନୀୟ ବିଧାୟକ ସୌଭିକ୍ ବିଶ୍ୱାଳ କଟକ ଜିଲାପାଳଙ୍କ କାର୍ଯାଳୟରେ ଏକ ବୈଠକରେ ରାସ୍ତା ସମ୍ପର୍କରେ ଆଲୋଚନା କରିବା ପରେ ସଂଧ୍ୟାରେ ଠିକା ସଂସ୍ଥା ପ୍ରତିନିଧି, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ତହସିଲଦାର ଅଜୟ ମଲ୍ଲିକ, ଚୌଦ୍ୱାର ନିର୍ବାହୀ ଅଧିକାରୀ ପବିତ୍ର ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀଙ୍କୁ ଡକାଇ ଚୌଦ୍ୱାର ସହର ଭିତରେ ରାଜପଥର ସ୍ଥିତି ଅନୁଧ୍ୟାନ କରିବା ସହିତ ରାସ୍ତାକାର୍ଯ୍ୟର ମନ୍ଥରତା ନେଇ ଠିକା ସଂସ୍ଥାକୁ କଡା ତାଗିଦ କରିଥିଲେ । ମଙ୍ଗଳବାର ସକାଳୁ ରାଜପଥର ଦୁଇ ପାଖରେ ସର୍ଭିସ୍ ରୋଡ଼ କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ କରିବା ଓ ରାସ୍ତାରେ ନିୟମିତ ଭାବେ ପାଣି ସିଞ୍ଚନ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଯଦି ମଙ୍ଗଳବାର ଠାରୁ କାର୍ଯ୍ୟ ଆରମ୍ଭ କରା ନ ଯାଏ ତାହାହେଲେ ଠିକାସଂସ୍ଥାକୁ ପଳାତକ ଘୋଷଣା କରାଯିବା ସହିତ ତାକୁ ଖୋଜି ଗିରଫ କରିବା ପାଇଁ ବିଧାୟକ ଚୌଦ୍ୱାର ଥାନାରେ ଏକ ଅଗ୍ରିମ ଏତାଲା ଦାଖଲ କରିଛନ୍ତି । ତେବେ କିଛି ସମସ୍ୟା ଥିବାରୁ ବନ୍ଦ ରହିଥିବା କାର୍ଯ୍ୟ ଡିସେମ୍ବର ୧୦ ତାରିଖ ପରେ ଆରମ୍ଭ କରାଯବ ବୋଲି ଗାୟତ୍ରୀର ଜଣେ ପ୍ରତିନିଧି ସୂଚନା ଦେଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories