www.samajalive.in
Saturday, December 13, 2025
26.1 C
Bhubaneswar

ସିଆରପିଏଫ୍ ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଜନ୍ମ ମାଟିରେ ଶବ ସଂସ୍କାର

ପାତ୍ରପୁର: ପାତ୍ରପୁର ବ୍ଳକ ପଦାଦିଗି ପଞ୍ଚାୟତ ନୁଆପେଣ୍ଠ ଗ୍ରାମର ସିଆରପିଏଫ୍ ଯବାନ ସୁନୀଲ ନାୟକଙ୍କ ପରଲୋକ ହୋଇଯାଇଛି। ଜନ୍ମ ମାଟିରେ ସିଆରପିଏଫ ଯବାନ ସୁନୀଲଙ୍କର ଶବ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯାଇଛି।

ସିଆରପିଏଫ୍ ଯବାନ ସୁନୀଲ ନାୟକ ହାଇଦ୍ରାବାଦର ଓମେଗା ମେଡିକାଲରେ ଚିକିତ୍ସିତ ହଉଥିବା ବେଳେ ରବିବାର ଦିନ ତାଙ୍କର ପରଲୋକ ହୋଇଥିଲା। ସେ ସିଆରପିଏଫ ୧୬୮ ବାଟାଲିୟନର ଛତିଶଗଡ଼ ଠାରେ କାର୍ଯ୍ୟ କରୁଥିଲେ। ଗତ ଏକ ବର୍ଷ ହେବ ସେ କର୍କଟ ରୋଗରେ ପୀଡ଼ିତ ହୋଇ  ଚିକିତ୍ସିତ ହେଉଥିଲେ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।

- Advertisement -

 

ଆଜି ସିଆରପିଏଫ୍ ଯବାନ ସୁନୀଲ ନାୟକଙ୍କ ମର ଶରୀର ଏକ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଅଣାଯାଇଥିଲା। ଖବର ପାଇ ବହୁ ଲୋକ ଗାଁ ମୁଣ୍ଡରେ ରୁଣ୍ଡ ହୋଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ସଂକୀର୍ତ୍ତନ ସହ ଏବ ବିରାଟ ଶୋଭାଯାତ୍ରାରେ  ତାଙ୍କ ଘରକୁ ମରଶରୀର ଆଣିଥିଲେ। ତାଙ୍କ ମରଶରୀର ନିଜ ଘରେ ପହଞ୍ଚିବା ପରେ ସେଠଶରେ ଶେଷ ଦର୍ଶନ ପାଇଁ ରଖା ଯାଇଥିଲା। ବହୁ ବ୍ୟକ୍ତି ପହଞ୍ଚି ମର ଶରୀରରେ ପୁଷ୍ପମର୍ଲ୍ୟା ଅପର୍ର୍ଣ ପୂର୍ବକ ଶେଷଦର୍ଶନ କରିଥିଲେ। ଗ୍ରାମ ଶ୍ମସାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜରଡ।  ପୁଲିସ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା। ସିଆରପିଏଫ୍ ଯବାନ ସୁନୀଲ ନାୟକଙ୍କର ବିଧବା ପତ୍ନୀ ଏବଂ ପୁଅ ଝିଅ ଅଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories