ଜିଲା ଆରକ୍ଷୀ ଅଧିକ୍ଷକ ଓ ରେଂଜ ଆଇଜି/ଡିଆଇଜିଙ୍କ ସହ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ
କଟକ: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅପରାହ୍ଣରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡିସିପି ଭୁବନେଶ୍ୱର ଓ ଡିସିପି କଟକଙ୍କ ସମେତ ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। କଟକ-ଭୁବନେଶ୍ୱରର ପୁଲିସକମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ରେଳବାଇ, ନିର୍ଦ୍ଦେଶକ, ଏସ୍ସିଆର୍ବି, ନିର୍ଦ୍ଦେଶକ, ଗୁଇନ୍ଦାବିଭାଗ, ଆଇ.ଜି(ଅପରେସନ୍), ଡିଆଇଜି(ଏସ୍.ଆଇଡବ୍ଲ୍ୟୁ), ଡିଆଇଜି(ଗୁଇନ୍ଦା), ଡିଆଇଜି. ଏସ୍ଟିଏଫ୍, ଡିଆଇଜି, ଏସ୍ସିଆର୍ବି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ଓ ଆଇଜି କ୍ରାଇମବ୍ରାଞ୍ଚ ପ୍ରମୁଖ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା), ଆଇଜି(ହେଡକ୍ବାଟର୍ସ), ଆଇଜି(ପର୍ସୋନେଲ୍) ପ୍ରମୁଖ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।
ବୈଠକରେ ମ୍ନଲିଖିିତ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯାଇଥିଲା।
୧) ଆସନ୍ତାବିଧାନସଭା ଅଧିବେଶନର ପ୍ରସ୍ତୁତି।
୨) ମାଲଖାନା ମଡ୍ୟୁଲ ଏବଂ ଏସଆର ମଡ୍ୟୁଲ ଲାଗୁ ସଂକ୍ରାନ୍ତରେ ସମୀକ୍ଷା।
୩) NATGRIDସମ୍ବନ୍ଧରେ ଉପସ୍ଥାପନା।
୪) ସିସିଟିଏନ୍ଏସ ମାଧ୍ୟମରେ ଅପରାଧ ସମୀକ୍ଷା।
୫) ସିଭିଲ ପୁଲିସର ସୁଦୃଢୀକରଣ।
୬) ଓଡ଼ିଶା ପୁଲିସର ଫ୍ୟାମିଲି କ୍ୱାର୍ଟର ସମ୍ପର୍କରେ।
୭) କାର୍ଯ୍ୟାଳୟର ଆଦେଶ ମୁତାବକ ଟ୍ରାନ୍ସଫର/ ପଦୋନ୍ନତି ଲାଗୁ ସଂକ୍ରାନ୍ତରେ।
୮) ପୁଲିସ କର୍ମଚାରୀଙ୍କ ଅଭିଯୋଗ ସମ୍ବନ୍ଧରେ।
୯) ମେଡାଲ୍ ଅପଡେଟ ସମ୍ବନ୍ଧରେ।
୧୦) ପରବର୍ତ୍ତି ବରିଷ୍ଠ ପୁଲିସ୍ ଅଫିସର୍ସ ସମ୍ମିଳନୀ ସଂକ୍ରାନ୍ତରେ।
୧୧) ସହକାରୀ ଡ୍ରାଇଭର୍ ଏବଂ କନଷ୍ଟେବଳ ନିଯୁକ୍ତି।
୧୨) ଅପରାଧ ସମ୍ପର୍କିତ ସର୍କୁଲାରର ଅପଡେଟ
୧୩) ନାର୍କୋଟିକ୍ସ ବିରୋଧରେ କାର୍ଯ୍ୟଶୈଳୀର ସମୀକ୍ଷା।
Comments are closed.