www.samajalive.in
Tuesday, December 9, 2025
26.1 C
Bhubaneswar

ସମ୍ବଲପୁର ପୁଲିସ, ଧରିବା ପୂର୍ବରୁ ଅଭିଯୁକ୍ତ ସହ ଫଟୋ ଉଠା କାର୍ଯ୍ୟକ୍ରମ

ସମ୍ବଲପୁର: ସମ୍ବଲପୁର ପୁଲିସର ପାରିବାରିଆ ପଣିଆକୁ ଦେଖିଲେ ବଡ ବଡ ଯାଞ୍ଚ ଏଜେନ୍ସି ମାନେ ମଧ୍ୟ ତାଟକା ହୋଇଯିବେ। ଶୁସ୍ତ ପଡିଯାଇଥିବା ସମ୍ବଲପୁର ପୁଲିସ ଏବେ କେଶ ଟାରଗେଟ ଏବଂ ଭାବମୂର୍ତ୍ତି ସଜାଡିବାରେ ବେଶ ବ୍ୟସ୍ତ। ଏଭଳି ଏକ ଘଟଣାରେ ପୁଲିସର ବେଆଇନ ନିଶା କାରବାର ଉପରେ ସେଟିଂ କାର୍ଯ୍ୟାନୁଷ୍ଠାନ ସମୟରେ ମିଛ ଘଟଣା ଧରା ପଡିଯାଇଛି। କ୍ଷେତରାଜପୁର ପୁଲିସ ଶନିବାର ଦେଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଲକ୍ଷ୍ମୀ ଡୁଙ୍ଗୁରୀ ଅଞ୍ଚଳରେ ସନ୍ଧ୍ୟା ୭ଟା ୩୦ ସମୟରେ ପେଟ୍ରୋଲିଂ ସମୟରେ ହୋଇଥିବା ଚଢ଼ଉ ବେଳେ ଅଜୟ ମେହେର ନାମକ ଜଣେ ଅଭିଯୁକ୍ତ ନିକଟରୁ ନିଶା ଔଷଧ ଓ ନିଶା ବଟିକା ଜବତ କରି ଗିରଫ କରିଛି।

ଏହି ଘଟଣାରେ ବାହାଃ ବାହାଃ ନେବା ପାଇଁ ପୁଲିସ ଦେଇଥିବା ଫଟୋରେ କିନ୍ତୁ ଅସଲ ଖେଳର ପୋଲ ଖୋଲି ଯାଇଛି। ପୁଲିସ ଦେଇଥିବା ଫଟୋରେ ସ୍ପଷ୍ଟ ରୂପେ ଥାନାର ଘଣ୍ଟା ଜଣାପଡୁଥିବା ବେଳେ ଫଟୋ ଉଠାଇବା ସମୟରେ ଘଣ୍ଟାରେ ୭ଟା ୨୫ ମିନିଟ ରହିଛି। ଲକ୍ଷ୍ମୀ ଡୁଙ୍ଗୁରୀରୁ କ୍ଷେତରାଜପୁର ଥାନା ମଧ୍ୟରେ ଦୂରତା ପ୍ରାୟ ପ୍ରାୟ ୫ କିମି ଅଟେ। ଯଦି ପୁଲିସ ସାଢ଼େ ୭ଟାରେ ଅଭିଯୁକ୍ତଙ୍କୁ ଧରିବା, ଜେରା କରିବା ସହିତ ନିଶା ଦ୍ରବ୍ୟ ଜବତ କରି ଥାନାକୁ ଫେରିବା ପାଇଁ ଅତିକମରେ ୩୦ ମିନିଟ ସମୟରେ ଲାଗିଥିବ। ଏଣୁ ପୁଲିସ ଥାନାରେ ପ୍ରାୟ ୮ଟା ସମୟରେ ପହଂଚିଥିଲେ ସୁଦ୍ଧା ଫଟୋ ଉଠାଇବା ସମୟରେ କିଭଳି ଘଡିରେ ୭ଟା ୨୫ ମିନିଟ ହୋଇଥିଲା, ତାହାର ରହସ୍ୟ ବୁଝାପଡୁନାହିଁ। ଏହି କାରବାରରୁ ପୁଲିସ କାରସାଦୀ ସ୍ପଷ୍ଟ ଜଣାପଡୁଛି।

- Advertisement -

ଅପର ପକ୍ଷରେ ବିଗତ ବର୍ଷ କ୍ଷେତରାଜପୁର ଥାନାରେ ୩୨୮ଟି ମାମଲା ରୁଜୁ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ସଂଖ୍ୟା ୩୦୪ ପର୍ଯ୍ୟନ୍ତ ବହୁ କଷ୍ଟରେ ପହଂଚିଛି। ଚଳିତ ବର୍ଷ ଏହାକୁ କୌଣସି ମତେ ପୂରଣ କରି ଅଧିକ କରିବାର ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ସହିତ ଉପରିସ୍ଥ ଅଧିକାରୀଙ୍କ ଠାରୁ କଡା ନିର୍ଦ୍ଦେଶ ରହିଥିବା ଜଣାପଡୁଛି। ଏଣୁ ଅନେକ ସମୟରେ ନିଶା ଦ୍ରବ୍ୟ ଧରିବା ଆଳରେ ଛୋଟିଆ ନିଶା କାରବାରୀଙ୍କୁ ଧରାଯାଇ ରେକର୍ଡକୁ ମଜବୁତ କରାଯାଇ ବଡ ନିଶା କାରବାରୀଙ୍କ ଉପରେ ହାତ ମଧ୍ୟ ମରାଯାଉ ନାହିଁ। ଏଭଳି ଭାବରେ ବଡ ବେପାରୀଙ୍କୁ ସୁହାଇବା ଭଳି ପଦକ୍ଷେପ ନିଆଯାଇ ମାମଲା ସଂଖ୍ୟାକୁ ବୃଦ୍ଧି କରାଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories