www.samajalive.in
Saturday, December 13, 2025
26.1 C
Bhubaneswar

ଚୈତ୍ର ଶୁକ୍ଳ ପ୍ରତିପଦାରେ ସାରା ଦେଶ ଉତ୍ସବ ମୁଖର

ନୂଆଦିଲ୍ଲୀ : ବିବିଧତା ମଧ୍ୟରେ ଏକତାର ମହତ୍ୱ ବହନ କରୁଥିବା ଭାରତ ବର୍ଷରେ ଏବେ ଉତ୍ସବର ପରିବେଶ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ଆମ ସାଂସ୍କୃତିକ ଏକତାର ପରିଚୟ ଦେଇଥାଏ । ସାରା ଦେଶର ବିଭିନ୍ନ ସ୍ଥାନରେ ରବିିବାର ହିନ୍ଦୁ ନୂତନ ବର୍ଷ ଉପଲକ୍ଷେ ଚୈତ୍ର ଶୁକ୍ଲାଦି, ଉଗାଦି, ଗୁଡ଼ି ପଡ୍‌ୱା, ଚେତିଚାନ୍ଦ ଏବଂ ସାଜିବୁ ଚେଇରୋବା ପର୍ବ ପାଳିତ ହୋଇଛି। ସେହିପରି ରବିିବାର ଠାରୁ ଚୈତ୍ର ନବରାତ୍ର ମଧ୍ୟ ଆରମ୍ଭ ହୋଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶରେ ସମସ୍ତ ମନ୍ଦିର ଓ ଶକ୍ତିପୀଠଗୁଡିକରେ ସୁୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରରେ ମଧ୍ୟ ଗୁଡି ପଡ୍‌ୱା ପର୍ବ ପାଳନ କରାଯାଇଛି। ଲୋକେ ପାରମ୍ପରିକ ବେଶରେ ସଜେଇ ହୋଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି। ଏହି ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‌, ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories