www.samajalive.in
Sunday, December 7, 2025
18.1 C
Bhubaneswar

ବର୍ଷା ତାଣ୍ଡବ ; ତାମିଲନାଡୁରେ ୮ ମୃତ ; କିଛି ସ୍ଥାନରେ ରେଡ୍‍ ଆଲର୍ଟ ଜାରି

ଚେନ୍ନାଇ : ତାମିଲନାଡୁରେ ବର୍ଷାର ପ୍ରକୋପ ଜାରି ରହିଛି। ଚେନ୍ନାଇରେ ରାଜ୍ୟ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନ କହିଛନ୍ତି ପ୍ରବଳ ବର୍ଷା ହେତୁ ଦୁଇ ଦିନରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଗତକାଲି ତିନି ଜଣଙ୍କର ମୃତ୍ୟୁ ହୋଇଛି। ଚିଙ୍ଗଲେପେଟରେ ଏବଂ ଗୋଟିଏ କାଞ୍ଚିପୁରମରେ ଏନଡିଆରଏଫର ଦୁଇଟି ଟିମ୍ ନିୟୋଜିତ କରାଯାଇଛି ।
ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନ କହିଛନ୍ତି , ଚେନ୍ନାଇର ୨୨୦ ଟି ସ୍ଥାନରେ ଜଳମଗ୍ନ ନେଇ ରିପୋର୍ଟରେ ସୂଚନା ମିଳିଥିବା ବେଳେ ସେଥିମଧ୍ୟରୁ ୩୪ଟି ସ୍ଥାନରେ ଜଳ ନିଷ୍କାସନ କରାଯାଇଛି। ୧୨୭ଟି ସ୍ଥାନରେ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି।

ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ଶନିବାର ଦିନ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚେନ୍ନାଇର ଭାରତ ପାଣିପାଗ ବିଭାଗ (ଆଇଏମଡି) ର ଆଞ୍ଚଳିକ କାର୍ୟ୍ୟାଳୟର ସୂଚନା ଅନୁଯାୟୀ, ଶନିବାରରୁ ସୋମବାର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି କାରଣରୁ ଉଭୟ ରାଜ୍ୟ ତଥା ଏହାର ଆଖପାଖ ଜିଲ୍ଲାର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଖପାଖ ଅଞ୍ଚଳ ପାଇଁ କମଳା ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୭ ରୁ ୨୯ ପର୍ୟ୍ୟନ୍ତ ତାମିଲନାଡୁରେ ରାଜଧାନୀ ଚେନ୍ନାଇ, ଥୋଥୁକୁଡି, କୁଡାଲୋର, ଭିଲୁପୁରମ୍, ଚେଙ୍ଗାଲପାଟ୍ଟୁ, କାଞ୍ଚିପୁରମ୍, ତିରୁଭାଲୁର, ଥେନି, ମଦୁରାଇ ଏବଂ ପୁଡୁକୋଟାଇରେ ପ୍ରବଳ ବର୍ଷା ଜାରି ରହିବ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୟୁନିଅନ ଟେରିଟୋରୀ ଅଫ୍ ପୁଡୁଚେରୀ ମଧ୍ୟ ସମସ୍ତ ସ୍କୁଲ ଏବଂ କଲେଜ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଛି। ପାଣିପାଗ ବିଭାଗ କହିଛି ଯେ ଶ୍ରୀଲଙ୍କା ଉପକୂଳରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ଜାରି ରହିଛି, ଏହି କାରଣରୁ ତାମିଲନାଡୁ ଉପକୂଳ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ଉତ୍ତର-ପୂର୍ବ ଦିଗରେ ପ୍ରବଳ ପବନ ବହିବ।

- Advertisement -

ଆନ୍ଧ୍ରପ୍ରଦେଶ ବିଷୟରେ ଅଧିକ ସୂଚନା ପ୍ରଦାନ କରୁଥିବାବେଳେ ପାଣିପାଗ ବିଭାଗ କହିଛି ,ଶନିବାର ଦିନ ୟାନାମ ଏବଂ ରାଜ୍ୟର ରାୟାଲିସିମା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଏବଂ ସୋମବାର ଦିନ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ କୌଣସି ନଦୀ, ସମୁଦ୍ରକୁ ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଅକ୍ଟୋବର ୧ରୁ ନଭେମ୍ବର  ୨୫ ପର୍ୟ୍ୟନ୍ତ ତାମିଲନାଡୁରେ  ୬୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ଅତ୍ୟଧିକ ବର୍ଷା ହେତୁ ରାଜ୍ୟର ଅନେକ ଜିଲ୍ଲା ଜଳମଗ୍ନ ରହିଛି । ପ୍ରବଳ ବର୍ଷା ହେତୁ ଅନେକ ଘର ଏବଂ କାର୍ୟ୍ୟାଳୟରେ ମଧ୍ୟ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି, ଲୋକଙ୍କୁ ଗମନାଗମନରେ ନାନା ସମସ୍ୟା ସୃଷ୍ଟି ହୋଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories