www.samajalive.in
Monday, December 8, 2025
24.1 C
Bhubaneswar

ସମ୍ବିଧାନ ଦିବସରେ ଆରମ୍ଭ ହେଲା ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ

କଣ୍ଟାବାଞ୍ଜି: ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ। ଆଜିର ଦିନରେ କଣ୍ଟାବାଞ୍ଜି ତଥା ଆଖ ପାଖ ଅଞ୍ଚଳର ଆଦିବାସୀ ଯୁବକମାନଙ୍କୁ ନେଇ ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ଗଠନ ହୋଇଛି। ଅଞ୍ଚଳର ଆଦିବାସୀ, ଦଳିତ, ଗରିବ ଖଟିଖିଆମାନଙ୍କ ହକ ଅଧିକାର ପାଇଁ ଏହି ସଂଘ କାମ କରିବ। ସଂଗଠନ ସଭାପତି ଭାବେ ଯୁଗଳ କିଶୋର ଶବରଙ୍କୁ ସର୍ବ ସମ୍ମତି ଭାବେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ମିନିକେତନ ଭୋଇ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଶବରଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରୀ ସଦସ୍ୟରେ କେତନ ଭୋଇ, ବିସିକେଶନ ମାଝୀ, କମଳ କିଶୋର ଶବର, ଭୋଜରାଜ ଧରୁଆ, ଚନ୍ଦ୍ରମଣି ଶବର ପ୍ରମୁଖ ରହିଛନ୍ତି। ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ଏହି ସଂଘ ବଜାୟ ରଖିବା ସହ ଆଦିବାସୀ, ଦଳିତ ଲୋକଙ୍କୁ ନ୍ୟାୟ ପାଇଁ ଲଢେଇ କରିବ ବୋଲି ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ସଭାପତି ଶ୍ରୀ ଶବର ସୂଚନା ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories