www.samajalive.in
Monday, December 8, 2025
24.1 C
Bhubaneswar

ଫୋନରେ କାହା ସହ କଥା ହେଉଥିଲା କହିଲାନି ଭାଉଜ; ଗଳାକାଟି ହତ୍ୟା କଲା ଦିଅର

ଭୋପାଳ: ମଧ୍ୟପ୍ରଦେଶର ଜବଲପୁର ସହରରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ନିଜ ଭାଉଜକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମୃତ ମହିଳାଜଣକ ଫୋନରେ କାହା ସହିତ କଥା ହେଉଥିଲେ ତାଙ୍କ ନାଁ ନ କହିବାରୁ ଉତ୍ୟକ୍ତ ଦିଅର ଭାଉଜର ଗଳା କାଟି ହତ୍ୟା କରିଛି।

ହନୁମନ୍ତଳ ଥାନା ଆରକ୍ଷୀ ନୀରିକ୍ଷକ ଉମେଶ ଗୋଲାନୀଙ୍କ କହିବାନୁସାରେ, ଭନ୍ତାଲିଆ ଅଞ୍ଚଳର ବାସିନ୍ଦା ଅଭିଯୁକ୍ତ ରାଜା ଚକ୍ରବର୍ତ୍ତୀ ଦାଆ ଧରି ଥାନାରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ରାଜା ନିଜ ଭାଇଙ୍କ ପତ୍ନୀ ରୋଶନୀ(୩୨)ଙ୍କ ଗଳା କାଟି ହତ୍ୟା କରିଥିବା ଆରକ୍ଷୀ ନୀରିକ୍ଷକ କହିଛନ୍ତି। ପୁଲିସ କହିବା ମୁତାବକ, ରୋଶନୀ କାହା ସହିତ ଫୋନରେ କଥା ହେଉଥିଲେ ବୋଲି ରାଜା ତାଙ୍କୁ ପଚାରିଥିଲା। ହେଲେ ରୋଶନୀ ତା’ର ନାଁ ନ କହିବାରୁ ରାଜ ତାଙ୍କୁ ହତ୍ୟା କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ରୋଶନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଓ ତାଙ୍କ ଗଳାରେ କଟା ଦାଗ ଥିବା ଦେଖିବାକୁ ପାଇଥିଲେ। ଘଟଣା ସମୟରେ ମହିଳାଙ୍କ ସ୍ବାମୀ, ପିଲା ଓ ପରିବାରର ଅନ୍ୟ ସଦସ୍ୟ ଘରେ ନ ଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୁଲିସ ଘଟଣା ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ପଚରାଉଚରା କରାଯାଉଛି।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories