www.samajalive.in
Monday, December 8, 2025
24.1 C
Bhubaneswar

୧୦୦ ବର୍ଷରେ ‘ସମାଜ’

ଆଗାମୀ ଅକ୍ଟୋବର ୪ ତାରିଖରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ ଖବରକାଗଜ ୧୦୦ ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଏହି ଅନୁଷ୍ଠାନର ଯୋଗଦାନକୁ ନେଇ ପୁସ୍ତକ ପ୍ରକାଶନ କରାଯିବ। ଏଥିରେ ସାମ୍ବାଦିକତା, ସ୍ୱାଧୀନତା ଆନ୍ଦୋଳନ, ସାମାଜିକ ଆନ୍ଦୋଳନ ଓ ସମାଜ ସଂସ୍କାର, ଶିକ୍ଷା ଓ ସଂସ୍କାର, ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଆ ସାହିତ୍ୟର ବିକାଶ, ରାଜନୀତିର ଉତ୍‍ଥାନ ପତନ, ପ୍ରତିଷ୍ଠାତା ଗୋପବନ୍ଧୁ ଦାସଙ୍କ ଜୀବନର ଅଜଣା କଥା ପ୍ରଭୃତି ପ୍ରସଙ୍ଗ ସ୍ଥାନ ପାଇବ।
ଏଥିପାଇଁ ଆମେ ସହୃଦୟ ପାଠକପାଠିକ ଓ ଶୁଭେଚ୍ଛୁମାନଙ୍କର ସହଯୋଗ ପ୍ରାର୍ଥନା କରୁଛୁ। ଆପଣଙ୍କ ପାଖରେ ଯଦି କୌଣସି ଦୁର୍ଲଭ ପ୍ରକାଶନ, ଫଟୋଚିତ୍ର, ତଥ୍ୟ ଅଥବା ସାମଗ୍ରୀ ଥାଏ, ତେବେ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିନୀତ ଅନୁରୋଧ। ପ୍ରାପ୍ତ ସୂଚନା, ତଥ୍ୟ ଓ ସାମଗ୍ରୀଗୁଡ଼ିକ ଶତବାର୍ଷିକ ସଂକଳନ, ସମାରୋହର ଆୟୋଜନ ଇତ୍ୟାଦିରେ ସ୍ଥାନ ପାଇବ। ସମସ୍ତ କ୍ଷେତ୍ରରେ ସମ୍ପାଦନାମଣ୍ଡଳୀର ନିଷ୍ପତ୍ତି ଚୂଡ଼ାନ୍ତ ହେବ।
ତଥ୍ୟ, ଫଟୋଚିତ୍ର, ଲେଖା ଇତ୍ୟାଦି ପଠାଇବାର ଠିକଣା ହେଲା :-
‘୧୦୦ ବର୍ଷରେ ସମାଜ’
ମାର୍ଫତ୍‍ – ଗୋପବନ୍ଧୁ ସାହିତ୍ୟ ମନ୍ଦିର
ସମାଜ କାର୍ଯ୍ୟାଳୟ,
ଗୋପବନ୍ଧୁ ଭବନ,
ବକ୍ସିବଜାର,
କଟକ – ୭୫୩୦୦୧
– ସମ୍ପାଦକ, ସମାଜ

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories