www.samajalive.in
Monday, December 8, 2025
13.1 C
Bhubaneswar

କପା ଫସଲହାନୀ ଜୀବନ ହାରିଲେ ଚାଷୀ

ଖପ୍ରାଖୋଲ: କପା ଫସଲ ଭଲ ହୋଇ ନଥିବାରୁ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଟେଙ୍ଗରାପଥର ଗାଁର ଚାଷୀ ମକୁନ୍ଦ ବରିହା (୩୫) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟାପକ ଫସଲହାନୀ ନେଇ ଗତ କିଛି ଦିନ ଧରି ଚିନ୍ତାଗ୍ରସ୍ତ ଥିବା ମକୁନ୍ଦ ରବିବାର ସନ୍ଧ୍ୟାରେ କୀଟନାଶକ ପିଇ ଦେଇଥିଲେ। ପରିବାର
ଲୋକ ତୁରନ୍ତ ତାଙ୍କୁ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାରେ ତାଙ୍କର ମୃତ୍ୟୁ ଘଟିିଛି। ପାଟଣାଗଡ ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ମକୁନ୍ଦ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଘରେ ବୃଦ୍ଧ ମାତାପିତା, ସ୍ତ୍ରୀ, ୩ବର୍ଷ ଓ ୫ ମାସର ୨ ପୁଅ ଅଛନ୍ତି। ନିଜର ଅଳ୍ପ ଜମି ଥିବା ବେଳେ ପାଞ୍ଚ ଏକର ଜମିରେ ଭାଗଚାଷୀ ଭାବରେ ମକୁନ୍ଦ କପାଚାଷ କରିଥିଲେ। ଏହାସହ ନିଜ ୧ ଏକର ଜମିରେ ଧାନ ଚାଷ କରିଥିଲେ। ଗତ ବର୍ଷ ମରୁଡି ଯୋଗୁଁ ଫସଲ ଭଲ ହୋଇ ନ ଥିଲା। ଚଳିତ ବର୍ଷ ମଧ୍ୟ ୫ ଏକର କପା ଫସଲ ଭଲ ହୋଇ ନ ଥିବାରୁ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିଲେ। ଚାଷ ପାଇଁ ମା’ଙ୍କ ନାମରେ ୩୫ ହଜାର ମାଇକ୍ରୋଫାଇନାନ୍ସ ଋଣ ଏବଂ ନିଜ ମୋଟର ସାଇକଲକୁ ଅନ୍ୟ ପାଖରେ ୨୦ ହଜାର ଟଙ୍କାରେ ବନ୍ଧକ ଦେଇଥିଲେ। ଏହା ସହିତ ଚାଷ ପାଇଁ ଅଧିକ ଧାରକରଜ କରି ଥାଇପାରନ୍ତି ବୋଲି ମୃତକର ପିତା ବୁଡୁ ବରିହା କହିଛନ୍ତି। ଜିଲା ପ୍ରଶାସନ ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories