www.samajalive.in
Sunday, December 14, 2025
26.1 C
Bhubaneswar

ପତ୍ନୀଙ୍କ ପାଇଁ ଗଢିଲେ ତାଜମହଲ ଭଳି ଘର

ଭୋପାଳ: ମୋଗଲ ଯୁଗର ପ୍ରେମର ପ୍ରତୀକ ତାଜମହଲ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମୋଗଲ ସମ୍ରାଟ ଶାହଜାହାନ ତାଙ୍କ ବେଗମ୍‍ ମମତାଜ ମହଲଙ୍କ ପାଇଁ ୧୬୩୨ରେ ଯମୁନା ନଦୀ ତଟରେ ନିର୍ମାଣ କରାଇଥିଲେ ଏହି ପ୍ରେମର ପ୍ରତୀକକୁ । ସେବେଠାରୁ ଏହା ପ୍ରେମର ଏକ ନିଦର୍ଶନ ଭାବରେ ପ୍ରତିଭାତ ହୋଇଆସୁଛି । ନିକଟରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପାଇଁ ତାଜମହଲ ଭଳି ଏକ ଘର ତିଆରି କରିଛନ୍ତି । ଦୂରରୁ ଦେଖିବାକୁ ଏହା ଏକ ଛୋଟ ତାଜମହଲ ଭଳି । ଏହା ଉପରେ ୨୯ ଫୁଟ ଉଚ୍ଚତାର ଗମ୍ବୁଜ ମଧ୍ୟ ରହିଛି । ଏହାର ଚଟାଣ ରାଜସ୍ଥାନରୁ ସ୍ୱତନ୍ତ୍ର ଭାବରେ ଅଣାଯାଇଥିବା ‘ମକରାନା’ରେ ତିଆରି ହୋଇଥିବାବେଳେ ଘରର ଆସବାବପତ୍ରକୁ ମୁମ୍ବଇର କାରିଗରମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି ।
ମଧ୍ୟପ୍ରଦେଶର ଆନନ୍ଦ ଚୋକ୍ସି ନାମକ ଏହି ବ୍ୟକ୍ତି ଜଣକ ବୁରହାନପୁରଠାରେ ତାଜମହଲର ପ୍ରତିରୂପ ନିର୍ମାଣ କରାଇଛନ୍ତି । ଶଙ୍ଖ ମଲମଲ ମାର୍ବଲରେ ତିଆରି ତାଜହମଲକୁ ନେଇ ଖୁବ ଆନନ୍ଦ ଅନୁଭବ କରୁଥିବା ଆନନ୍ଦ ବୁରହାନପୁରଠାରେ ଏହି ସୌଧ ନିର୍ମାଣ କରିବାକୁ ସ୍ଥିର କରିଥିଲେ, ଯେଉଁଠାରେ ମମତାଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଏହି ସୌଧରେ ୪ଟି ଶୋଇବା ଘର, ଏକ ବଡ ହଲ୍‍, ଏକ ପାଠାଗାର ଏବଂ ଏକ ଧ୍ୟାନ ପ୍ରକୋଷ୍ଠ ରହିଛି । ଏହାର ଚମତ୍କାର ଆଲୋକିକରଣ ପାଇଁ ତାଜହମଲ ଭଳି ଅନ୍ଧାରରେ ମଧ୍ୟ ଏହି ସୌଧ ଝଲମଲ କରୁଛି । ୨୦୧୮ରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି ମହଲ କାମ ନିକଟରେ ଶେଷ ହୋଇଛି । ଏକ ରିପୋର୍ଟ ଅନୁଯାୟୀ ଏହି ଘରର ଡିଜାଇନ କରିଥିବା ଇଞ୍ଜିନିୟରଙ୍କୁ ପ୍ରଥମେ ତାଜମହଲ ଯାଇ ସବୁକିଛି ଟିକିନିଖି ନିରୀକ୍ଷଣ କରିବାକୁ ପଡିଥିଲା । ଘରର ଭିତର ପାଶ୍ୱର୍ ନିର୍ମାଣ କରିବାକୁ ସେ ବେଙ୍ଗଲ ଏବଂ ଇନ୍ଦୋରସ୍ଥିତ କାରିଗରମାନଙ୍କର ସହାୟତା ନେଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories