www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରହ୍ମପୁର ମହାନଗର ନିଗମକୁ ସ୍ବଚ୍ଛତା ପୁରସ୍କାର

ଭୁବନେଶ୍ୱର : ଅଭିନବୀକରଣ ଓ ଉତ୍ତମ ଅଭ୍ୟାସ ଶ୍ରେଣୀରେ ବ୍ରହ୍ମପୁର ମହାନଗର ନିଗମକୁ ୨୦୨୧ ବର୍ଷର ସ୍ବଚ୍ଛତା ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି। ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ଉତ୍ସବରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏବଂ ଅନ୍ୟାନ୍ୟ ଅଧିକାରୀ ପୁରସ୍କାର ଗ୍ରହଣ କରିଥିଲେ। ଦେଶର ବିଭିନ୍ନ ସହରର ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ଅନ୍ୟପକ୍ଷରେ ସ୍ବଚ୍ଛତା ସୂଚକାଙ୍କରେ ଓଡ଼ିଶାର ପୌର ସଂସ୍ଥାଗୁଡ଼ିକ ପୂର୍ବାପେକ୍ଷା ଉତ୍ତମ ପ୍ରଦର୍ଶନ କରିଛି। ମୋଟ ୪୩୨୦ଟି ସହର ଓ ନଗର ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିଲେ। ପଚାଶରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ଜାତୀୟ ଆଞ୍ଚଳିକ ସୂଚକାଙ୍କରେ ଜଟଣୀ ପୌରପାଳିକା ଷଷ୍ଠ, ପାରାଦ୍ବୀପ ଅଷ୍ଟମ, ଢେଙ୍କାନାଳ ୧୧, ରାଜଗାଙ୍ଗପୁର ୧୭, କେନ୍ଦୁଝରଗଡ଼ ୧୮, ବଡ଼ବିଲ ୨୧, ଜୟପୁର ୨୨, ଭବାନୀପାଟଣା ୨୪ ଏବଂ ଝାରସୁଗୁଡ଼ା ୨୫ ତମ ସ୍ଥାନରେ ରହିଛନ୍ତି। ସେହିପରି ୨୫ରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଯୋଡା ୨୦, ବ୍ୟାସନଗର ୨୧, ସୁନ୍ଦରଗଡ଼ ୨୬, ଆନନ୍ଦପୁର ୨୮, ପାରଳାଖେମୁଣ୍ଡି ୩୩, ଯାଜପୁର ୩୪ ଓ ଖୋର୍ଦ୍ଧା ୩୫ତମ ସ୍ଥାନରେ ରହିଛି।
ସେହିପରି ଏକ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ୫୬, ରାଉରକେଲା ୫୭, ବାଲେଶ୍ବର ୧୦୯ତମ ସ୍ଥାନରେ ରହିଛି। ୨୫ ହଜାରରୁ କମ ଜନସଂଖ୍ୟା ବିଶିଷ୍ଟ ସହରରେ ହିଞ୍ଜିଳିକାଟୁ ପୌରପାଳିକା ୧୦୦, ରମ୍ଭା ବିଜ୍ଞାପିତ ପରିଷଦ (ଏନଏସି) ୧୩୭, ବିନିକା ୧୩୮, କୋଣାର୍କ ୧୪୦, ଆସ୍କା ୧୪୧, ପାଟଣାଗଡ଼ ୧୪୨, ବିଜେପୁର ୧୪୩, ସୋରଡ଼ା ୧୪୪, ତରଭା ୧୪୭, କାମାକ୍ଷାନଗର ୧୪୮, କୋଟପାଡ ୧୪୯, ଭୁବନ ୧୫୦ ତମ ସ୍ଥାନରେ ରହିଛି। ପରିମଳ ଓ ସ୍ବଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ରାଜ୍ୟକୁ ଏହି ସଫଳତା ମିଳିଥିବା କୁହାଯାଇଛି । ଚଳିତବର୍ଷ ସ୍ବଚ୍ଛ ସହର ତାଲିକାରେ ମଧ୍ୟପ୍ରଦେଶର ଇନ୍ଦୋର, ଗୁଜରାଟର ସୁରତ ଓ ଆନ୍ଧ୍ରପ୍ରଦେଶର ବିଜୟୱାଡା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଖଣିଜ ସମ୍ପଦଭରା ଛତିଶଗଡ଼କୁ ଦେଶର ସ୍ବଚ୍ଛ ରାଜ୍ୟ ରୂପେ ପୁରସ୍କାର ମିଳିଛି।
ବ୍ରହ୍ମପୁର ମ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories