www.samajalive.in
Monday, December 8, 2025
14.1 C
Bhubaneswar

ଯାନବାହନର ବେଗ ଧାର୍ଯ୍ୟ : ରାଜଧାନୀରେ ୫୦ କିମି ; ୪ ଥାକିଆ ରାସ୍ତାରେ ୧୦୦

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସଡ଼କର ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଯାନବାହନର ବେଗ ଧାର୍ଯ୍ୟ (ସ୍ପିଡ୍‌ ଲିମିଟ୍‌) କରିଛନ୍ତି। ୪ ଥାକିଆ ଧାଡିଚଲା(ଲେନ୍ ଡ୍ରାଇଭିଂ) ବ୍ୟବସ୍ଥା ଥିବା ରାସ୍ତାରେ ଗାଡ଼ି ଚାଳକଙ୍କୁ ମିଶାଇ ୮ରୁ କମ ଯାତ୍ରୀ ପରିବହନକାରୀ କାର ବା ଜିପ୍‌, ବ୍ୟକ୍ତିଗତ ଗାଡ଼ି ସର୍ବାଧିକ ୧୦୦ କି.ମି ବେଗରେ ଯାତ୍ରା କରିପାରିବ ବୋଲି ଧାର୍ଯ୍ୟ କରାଯାଇଛି। ଏହି ଗାଡ଼ିଗୁଡ଼ିକ ଜାତୀୟ ବା ରାଜ୍ୟ ସଡ଼କ ପଥରେ ସର୍ବାଧିକ ୬୦ କି.ମି ବେଗରେ ଗଡ଼ିପାରିବ। ସେହିପରି ପୌରାଞ୍ଚଳ ବା ବିଜ୍ଞାପିତ ଅଞ୍ଚଳ ଦେଇ ଅତିକ୍ରମ କରିଥିବା ଜାତୀୟ ଓ ରାଜ୍ୟ ସଡ଼କ ପଥରେ ଏସବୁ ଗାଡ଼ିର ସର୍ବାଧିକ ବେଗ ୫୦ କି.ମି ଭିତରେ ରହିବ। ନୂତନ ଧାର୍ଯ୍ୟ ବେଗ ଅନୁସାରେ ରାଜଧାନୀରେ କାର୍‌ ଓ ଜିପ୍‌ର ସର୍ବାଧିକ ବେଗ ରହିବ ୫୦ କି.ମି। ବସ୍‌ ୪୦ କି.ମି, ଟ୍ରକ ୩୦ କି.ମି ଚାଲିବା ବେଳେ ବାଇକ୍‌ ସର୍ବାଧିକ ୪୦ କି.ମି ଓ ଅଟୋ ୩୦ କି.ମି ବେଗରେ ଯାତ୍ରା କରିବ। ଏନେଇ ଶନିବାର ରାଜ୍ୟ ପରିବହନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତ ପରିବହନ କାର୍ଯ୍ୟାଳୟ ଓ ପୁଲିସ ବିଭାଗକୁ ନିର୍ଦେଶ ଦିଆଯାଇଛି। ଯାତ୍ରୀ ପରିବହନ କରୁଥିବା ବ୍ୟାବସାୟିକ (କମର୍ସିଆଲ) କାର୍‌ ଓ ଜିପ୍‌ ଧାଡିଚଲା(ଲେନ୍‌ ଡ୍ରାଇଭିଂ) ବ୍ୟବସ୍ଥା ଥିବା ସଡକରେ ସର୍ବାଧିକ ୮୦ କି.ମିରେ ଯାତ୍ରା କରିବ। ଜାତୀୟ ଓ ପୌରାଞ୍ଚଳରେ ଏହି କାର୍‌/ଜିପ୍ ୫୦ କି.ମି ଓ ରାଜପଥରେ ୬୦ କି.ମି ବେଗରେ ଯାଇପାରିବ।
ସେହିଭଳି ଯାତ୍ରୀ ପରିବହନ କରୁଥିବା ବସ୍‌ଗୁଡ଼ିକ ଧାଡିଚଲା ୪ଥାକିଆ ରାସ୍ତାରେ ସର୍ବାଧିକ ୮୦ କିଲୋମିଟର ବେଗରେ ଯାତାୟାତ କରିବା ଲାଗି ଧାର୍ଯ୍ୟ କରାଯାଇଥିବା ବେଳେ ପୌରାଞ୍ଚଳରେ ୪୦ କି.ମି ଓ ଜାତୀୟ ରାଜପଥରେ ୬୦ କି.ମି ବେଗରେ ଘଣ୍ଟା ପ୍ରତି ଗଡ଼ିବ।
ମାଲ୍‌ ପରିବହନ କରୁଥିବା ଟ୍ରକର ଧାଡି ଚଲା ରାସ୍ତାରେ ସର୍ବାଧିକ ୬୦ କିଲୋମିଟର ହୋଇଥିବା ବେଳେ ପୌରାଞ୍ଚଳରେ ୩୦ ଓ ରାଜପଥରେ ୫୦ କିଲୋମିଟର ବେଗରେ ଯାତ୍ରା କରିବ। ଦୁଇ ଚକିଆ ଯାନର ସର୍ବାଧିକ ବେଗ ୬୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ସହରାଞ୍ଚଳରେ ବାଇକ୍‌ର ସର୍ବାଧିକ ବେଗ ୪୦ କି.ମି ରହିବ। ଜାତୀୟ ରାଜପଥରେ ବାଇକ୍‌ର ସର୍ବାଧିକ ବେଗ ୫୦ କି.ମିରେ ଯାଇପାରିବ। ତିନି ଚକିଆ ବା ଅଟୋର ସର୍ବାଧିକ ବେଗ ୪୦ କି.ମି ଧାର୍ଯ୍ୟ କରାଯାଇଥିବା ବେଳେ ସହରାଞ୍ଚଳ ବା ଜାତୀୟ ରାଜପଥରେ ଏହା ୩୦ କି.ମି ବେଗରେ ଯାତ୍ରା କରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories