www.samajalive.in
Monday, December 8, 2025
24.1 C
Bhubaneswar

ଛାଡଖାଇ ପାଇଁ ମହଙ୍ଗା ପଡିଲା ବାରହା ଶିକାର

ବୌଦ୍ଧ : ପବିତ୍ର କାର୍ତ୍ତିକ ମାସ ପରେ ଚାରିଆଡେ ଛାଡଖାଇର ପ୍ରସ୍ତୁତି। ଏହି ଅବସରରେ ମାଛ,ମାଂସ ବ୍ୟବସାୟୀମାନେ ଭଲ ଦୁଇପଇସା ରୋଜଗାର କରିଥାନ୍ତି। କିନ୍ତୁ ଛାଡଖାଇ ପାଇଁ ବାରହା ଶିକାର ଯୋଜନା କରି ବାରହାଙ୍କ ପାଇଁ ବସାଇଥିବା ଫାସରେ ଦୁଇଜଣ ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଆଜି ଘଟିଛି।
ସୂଚନା ଯୋଗ୍ୟ ବୌଦ୍ଧ ରେଞ୍ଜ୍ ଅଧିନସ୍ଥ ଗଣ୍ଡିସର ସେକ୍ସନର ପିପଳମୁଣ୍ଡା ଜଙ୍ଗଲରେ ବାରହା ଶୀକାର ପାଇଁ କୁରୁକୁଚ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରାମ୍ଭିକଟା ଗ୍ରାମର କଇରା ବାଘ ଗତ ଶୁକ୍ରବାର ଦିନ ରାତିରେ ଜଙ୍ଗଲକୁ ଯାଇଥିଲେ। ଉଭୟ ଶିକାରୀ ଜଙ୍ଗଲ ମଧ୍ୟରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରୁ ଏକ ଜେଇ ( ସରୁ ଲୁହା ତାର) ତାର ଦ୍ୱାରା ବାରହା ଶୀକାର ପାଇଁ ଫାସ ବିଛାଇଥିଲେ। କିନ୍ତୁ କୌଣସି କାରଣରୁ ଉଭୟ ଶିକାରୀ ବାରହା ପାଇଁ ବସାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଲାଗିଯାଇଥିଲେ। ଘଟଣା ସ୍ଥଳରେ ହିଁ ଉଭୟେ ପୋଡି ଯିବା ସହ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।
ଶନିବାର ଦିନ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ କାଠ କାଟିବାକୁ ଯାଇଥିବା ବେଳେ ଏମାନଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ସ୍ଥାନୀୟ ବନବିଭାଗ ଓ ଥାନା କର୍ମଚାରୀଙ୍କୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ଓ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଇ ଦିଆଯାଇଛି।  ଶୁକ୍ରବାର ଦିନ ଉକ୍ତ ବଘିଆପଡା ଗୌଡଦେଇ ସଂରକ୍ଷିତ ଜଙ୍ଗଲରେ ବାରହା ଶୀକାର ପାଇଁ ବିଦ୍ୟୁତ ତାର ଲଗାଉଥିବାବେଳେ ବନ ବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୨୪ ଘଣ୍ଟା ନୁପୂରୁଣୁ ବାରହା ଶୀକାର ପାଇଁ ୨ ଜଣ ଶିକାରୀଙ୍କ ଜୀବନ ଯାଇଛି। ଜିଲାରେ ବର୍ତ୍ତମାନ ବାରହା ଶିକାର ବହୁ ମାତ୍ରାରେ ଚାଲିଥିବା ବେଳେ ଏଥିପାଇଁ ଶିକାରୀମାନେ ବିଭିନ୍ନ ଉପାୟରେ ଶିକାରୀ କରୁଥିବା ଦେଖିବାକୁ ମିଳିଛି। ବାରହା ଭଳି ବନ୍ୟଜନ୍ତୁର ଅବାଧ ଶିକାରରେ ଅଙ୍କୁଶ ନଲାଗିଲେ ଆଗକୁ ଏହି ବନ୍ୟଜନ୍ତୁର ପ୍ରଜାତି ଲୋପ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories