www.samajalive.in
Wednesday, December 10, 2025
16.1 C
Bhubaneswar

ସଂସ୍କୃତ ମହାବିଦ୍ୟାଳୟରେ ଭୋଟର ସଚେତନତା

କଟକ: କଟକ ଜିଲ୍ଲା କଇଥା ପଂଚାୟତ ସ୍ତିତ ତ୍ରୀନାଥପୁର ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ପକ୍ଷରୁ ‘ମୁଁ ବି ଭୋଟର ହେବି’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଇଥା ସରପଞ୍ଚ ଦିଲ୍ଲୀପ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟର ହେବାର ଗୁରୁତ୍ୱ ସମ୍ପର୍କରେ କହିଥିଲେ। ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ମାନୁଧର ନାୟକ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ଭାବେ ନିଜର ମତଦାନ ଅଧିକାର ସାବ୍ୟସ୍ତ ପାଇଁ ଭୋଟର ହେବାର ଆବଶ୍ୟକତା ଉପରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ବେହେରା ପିଲାମାନଙ୍କୁ ଭୋଟର ହେବା ପାଇଁ କେଉଁ ଯୋଗ୍ୟତା ଆବଶ୍ୟକ, ସେ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମ ସଂଚାଳକ ଅଧ୍ୟାପକ ଡଃ ଶଶଧର ପତି ସ୍ୱାଗତ ଭାଷଣ ଦେଇଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଭୋଟର ହେବାର ମହତ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡଃ ନିରୁପମା ରାଉତ, ଅଧ୍ୟାପିକା ବବିତା ସାହୁ, ଅଧ୍ୟାପିକା ସୁଜାତା ଦାଶ, ଅଧ୍ୟାପକ ଅଜୟ ପ୍ରକାଶ ଦାସ, ଅଧ୍ୟାପକ ଅଧୀର ଆଚାର୍ଯ୍ୟ, ଅଧ୍ୟାପକ ମିତ୍ରଭାନୁ ପ୍ରଧାନ ପ୍ରମୁଖ ଭୋଟର ହେବାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଶାଖା ସଂଯୋଜକ ଅଧ୍ୟାପକ ଦୁଷ୍ମନ୍ତ କୁମାର ଘଡେଇଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅଣଶିକ୍ଷକ କର୍ମଚାରୀ ଅକ୍ଷୟ ବେହେରା ଓ ଅକ୍ଷୟ ନାୟକ ସହଯୋଗ କରିଥିବା ବେଳେ +୩ ୨ୟ ବର୍ଷ ଛାତ୍ରୀ ବର୍ଷା ଭୋଳ, ଆରତୀ ନାୟକ ଓ ମଧୁସ୍ମିତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସ୍ଥାନୀୟ ନାଲବେଗି ଗ୍ରାମରେ ଭୋଟର ସଚେତନତା କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories