www.samajalive.in
Saturday, December 13, 2025
26.1 C
Bhubaneswar

ଫେରାର୍ ନାବାଳିକା ୨ମାସ ପରେ ଉଦ୍ଧାର ; ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ରେଙ୍ଗାଲି: ଗତ ସେପ୍ଟେମ୍ବର ୩ତାରିଖ ଶୁକ୍ରବାର ରାତି ସାଢେ ୮ଟା ସମୟରେ ପରିବାର ଲୋକଙ୍କ ଅଜାଣତରେ ଘରୁ କୁଆଡେ ନିଖୋଜ ହୋଇଯାଇଥିବା ରେଙ୍ଗାଲି ନିକଟସ୍ଥ ଗଣେଶନଗରର ଜନୈକ ୧୪ ବର୍ଷ ବୟସ୍କା ନାବାଳିକାକୁ ପୁଳିସ ହାଇଦ୍ରବାଦରୁ ଉଦ୍ଧାର କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନଗୁଳ ଜିଲ୍ଳା ଝିଟିପାଲି ଗ୍ରାମ ର ପପୁନ ବେହେରା(୨୩) ନାମକ ଜଣେକ ଯୁବକ କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

 

- Advertisement -

ଏ ସଂକ୍ରାନ୍ତରେ ରେଙ୍ଗାଲି ଥାନା କେସ୍ ନଂ ୧୫୨ ପ୍ରଥମେ ଦାଏର ହୋଇଥିବା ନିରୁଦ୍ଧିଷ୍ଟ ମାମଲାର ପରିବର୍ତ୍ତନ କରାଯାଇ ଦଫା ୩୬୩/୩୭୬/(୩)୩୭୬(୨) (ଏନ୍) ଆଇପିସି /ଆର୍.ଡବ୍ଳୁ ସେକ୍ସନ୍ ୬ ପକ୍ସୋ ଆକ୍ଟ ଏବଂ ସେକ୍ସନ୍ ୯ ବାଲ୍ୟ ବିବାହ ନିରୋଧ ଆଇନରେ ମାମଲା ରୁଜ୍ଜୁ କରଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଜାରି କରିଥିବା ପ୍ରେସ୍ ଇସ୍ତାହାରରୁ ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories