www.samajalive.in
Sunday, December 14, 2025
14.1 C
Bhubaneswar

ଶୀତଦିନେ ତ୍ୱଚା ଯତ୍ନ

ଶୀତଦିନେ ତ୍ୱଚା ସାଧାରଣତଃ ଶୁଷ୍କ ହୋଇଥାଏ। ଏହିଦିନେ ଓଠ ଫାଟିବା, ଗୋଡ ଫାଟିବା, ମୁହଁର ସୌନ୍ଦର୍ୟ୍ୟ ଯେପରି ହ୍ରାସ ପାଇବା ଭଳି ଜଣାଯାଏ। ତେଣୁ ଏହିଦିନେ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।
ତ୍ୱଚା ପାଇଁ  କ୍ଷୀର ସର ଆଶୀର୍ବାଦ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ମୁହଁର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଥାଏ। ମୁହଁର ବିଭିନ୍ନ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଯଦି ଆପଣଙ୍କ ତ୍ୱଚାର ଚମକ ହ୍ରାସ ପାଇଯିବା ଭଳି ଅନୁଭବ ହେଉଛି ତେବେ ସରରେ କିଛି ମହୁ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ନିଜେ ଏହାର ଚତ୍ମକାରିତା ଅନୁଭବ କରିବେ। ଏହାକୁ ନିୟମିତ ମୁହଁରେ ଲଗାଇଲେ ବହୁ ଦାମୀ କ୍ରିମ ତୁଳନାରେ ଏହା ତ୍ୱଚାର ଚମକକୁ ଖୁବ ଶୀଘ୍ର ବୃଦ୍ଧି କରିଥାଏ।
କ୍ଷୀର ସରକୁ ନିୟମିତ ମୁହଁରେ ଲଗାଇଲେ ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ।
ବହୁ ଯୁବତୀ ଓ ମହିଳା ମୁହଁରେ ଥିବା ବିଭିନ୍ନ ପ୍ରକାରର ଦାଗ ଓ କଳା ଦାଗ ପାଇଁ ଚିନ୍ତିତ ରହିଥାଆନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ସରରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।
ନିୟମିତ କିଛି ପରିମାଣରେ  କ୍ଷୀର ସରକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏଭଳି କରିବା ଦ୍ୱାରା ମୁହଁ ଉଜ୍ୱଳ ହେବା ସହ ତ୍ୱଚାରରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ।
ଏହିଦିନେ ଉଷୁମ ପାଣି ପିଇବା ସହ ଉଷୁମ ପାଣିରେ ସ୍ନାନ କରନ୍ତୁ। ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ସହଜରେ ହୋଇନଥାଏ।
ଶୀତଦିନେ ମୁହଁ ଓ ଶରୀରକୁ ନଡିଆତେଲରେ ଭଲରେ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା କୋମଳ ହେବା ସହ ଫାଟିନଥାଏ।
ଶୀତଦିନେ ସକାଳ ସମୟରେ ଖରାରେ ନିଶ୍ଚୟ ବସନ୍ତୁ। ଏହାପୂର୍ବରୁ ସନ କ୍ରିମ ନିଶ୍ଚୟ ଲଗାନ୍ତୁ।
ଶୀତଦିନେ ଅଲିଭ ଅଏଲରେ ନିଶ୍ଚୟ ଶରୀରକୁ ମାଲିକ କରନ୍ତୁ।
ମୁହଁରେ ଏଲୋବେରା ଜେଲରେ ନିଶ୍ଚୟ ଲଗାନ୍ତୁ।
ଅମୃତଭଣ୍ଡାକୁ ପେଷି ମୁହଁରେ ଲଗାନ୍ତୁ। ଏହା ମଧ୍ୟ ତ୍ୱଚା ପାଇଁ ଖୁବ ହିତକାରକ।
ତ୍ୱଚା ଅଧିକ ଶୁଷ୍କ ହେଉଥିଲେ ବାଦାମତେଲ ନିଶ୍ଚୟ ମୁହଁରେ ଲଗାନ୍ତୁ।
ଦହିକୁ ପ୍ରାକୃତିକ ମଶ୍ଚରାଇଜର କୁହାଯାଏ। ତେଣୁ ସପ୍ତାହକୁ ୨ ରୁ ୩ ଥର ଦହିକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories