www.samajalive.in
Monday, December 8, 2025
24.1 C
Bhubaneswar

ବର୍ଷେ ପ୍ରଭାବୀ ରହିବ କୋଭିଡ ଟିକା- ହୁ ବିଶେଷଜ୍ଞ

ଜେନେଭା: କୋଭିଡ ଟିକା କୋଭିଡ-୧୯ ସଂକ୍ରମଣରୁ ଏକବର୍ଷ ଅଥବା ତାହାଠାରୁ କିଛି ଅଧିକ କାଳ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବ । ଏ ସମ୍ପର୍କରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ବୈଜ୍ଞାନିକ ଡା.ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଆପଦରେ ଥିବା ଜନସାଧାରଣଙ୍କୁ ଟିକା ଦିଆଯିବା ଦ୍ୱାରା ସଂକ୍ରମଣ ଓ ମୃତ୍ୟୁ ମଧ୍ୟରେ ଦୂରତା ଯଥେଷ୍ଟ ବୃଦ୍ଧିପାଇଛି । ସେ କହିଛନ୍ତି ପଶ୍ଚିମ ୟୁରୋପରେ ଅନେକ ରାଷ୍ଟ୍ରରେ ସଂପ୍ରତି କୋଭିଡ-୧୯ ସଂକ୍ରମଣରେ ପୁନଃ ବୃଦ୍ଧି ଲକ୍ଷ୍ୟ କରାଯାଉଛି । ତାହାସହିତ କେତେକ ସ୍ଥାନରେ ରୋଗୀ ହାସପାତାଳର ଭର୍ତ୍ତି ହେବାର ଆବଶ୍ୟକତା ମଧ୍ୟ ବୃଦ୍ଧିପାଇଛି । କିନ୍ତୁ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉନାହିଁ । ଆପଦରେ ଥିବା ଜନ ସମୁଦାୟଙ୍କୁ ଟିକା ଦିଆଯାଇସାରିଥିବାରୁ ମୁତ୍ୟୁହାର କମ ରହିଥିବା ସେ କହିଛନ୍ତି ।
କୋଭିଡ ଟିକାର ପ୍ରଭାବୀ ଗୁଣ ସମ୍ପର୍କରେ ପ୍ରକାଶ କରି ସେ କହିଛନ୍ତି ଯେ ଏହା ଉକ୍ତ ବ୍ୟକ୍ତିଙ୍କୁ ଏକବର୍ଷ ଅଥବା ତାହାଠାରୁ ଅଧିକ କାଳ ପର୍ଯ୍ୟନ୍ତ କୋଭିଡ ପ୍ରତିରୋଧୀ କ୍ଷମତା ପ୍ରଦାନ କରିବ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ଅବସରରେ ସେ ଗୁରୁତ୍ୱ ଦେଇ କହିଥିଲେ ଯେ ସମସ୍ତଙ୍କର ଟିକାକରଣ ନିତାନ୍ତ ଜରୁରୀ । ସ୍ୱାଭାବିକ ଭାବରେ ସଂକ୍ରମିତ ହେଉଥିବା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥାଏ । ତେବେ ତାହା ଭିନ୍ନ ଭିନ୍ନ ହୋଇଥାଏ, କିଛି ଲୋକଙ୍କ ଠାରେ ମଜଭୁତ ରୋଗ ପ୍ରତିରୋଧ କ୍ଷମତା ଲକ୍ଷ୍ୟ କରାଯାଉଥିବା ଏବଂ ତାହା ଦୀର୍ଘସ୍ଥାୟୀ ହେଉଥିବାବେଳେ ଆଉ କେତେକଙ୍କ ଠାରେ ତାହା କମ୍‍ ରହୁଛି ବୋଲି ସ୍ୱାମୀନାଥନ କହିଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories