www.samajalive.in
Saturday, December 13, 2025
26.1 C
Bhubaneswar

‘ଗାନ୍ଧୀ ଓ ବିନୋବାଙ୍କ ପଥରେ ଆତ୍ମନିର୍ଭର ଭାରତ ସମ୍ଭବ’

ଭୁବନେଶ୍ୱର : ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ସାମାଜିକ ମୂଲ୍ୟବୋଧ ରହିଛି। ଯଦ୍ଦ୍ୱାରା ଓଡ଼ିଶା ସାରା ବିଶ୍ବରେ ସ୍ୱତନ୍ତ୍ର ପରିଚୟ ପାଇଛି। ଏଠାକାର ପ୍ରତ୍ୟେକ ଜନସାଧାରଣ ସ୍ୱାଧୀନତା ସଂଗ୍ରାମୀ ଏବଂ ବରପତ୍ରଙ୍କୁ ଉପଯୁକ୍ତ ସମ୍ମାନ ଦେଇଥାନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରତି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନ ଏକ ଅହିଂସା ସମୃଦ୍ଧ ସମାଜ ଗଢ଼ିବାରେ ସହାୟକ ହୋଇଥିଲା। ସରକାର କ୍ଷମତା ମୋହରେ ନରହି ଅନ୍ନଦାତା କୃଷକଙ୍କ ଆନ୍ଦୋଳନ ପ୍ରତି ସମବେଦନା ସହ ସମସ୍ୟାର ନିରାକରଣ କରିବା ଉଚିତ ବୋଲି ମୁଖ୍ୟ ଅତିଥି ଲୋକ ସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଛନ୍ତି ।
ବିନୋବା ସେବା ପ୍ରତିଷ୍ଠାନ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ, ନୂଆଦିଲ୍ଲୀ ପକ୍ଷରୁ ରୋଟାରୀ ଭବନଠାରେ ସୋମବାର ଭୂଦାନ ଆନ୍ଦୋଳନର ପୁରୋଧା ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳିତ ହୋଇଛି। ଏହି ଅବସରରେ ଏକ ଆଲୋଚନାଚକ୍ର ‘ଭୂଦାନ ଆନ୍ଦୋଳନ ଓ ଆତ୍ମନିର୍ଭର ଭାରତ’ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ମାଲବ୍ୟ ଗାନ୍ଧୀ ଓ ବିନୋବା ଭାବେଙ୍କ ପଥରେ ଆତ୍ମନିର୍ଭର ଭାରତ ସମ୍ଭବ ବୋଲି କହିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ପୌରୋହିତ୍ୟ କରି କହିଥିଲେ, ବିନୋବା ଭାବେ ମହାଭାରତର ପିତାମହ ଭୀଷ୍ମଙ୍କ ପରେ ଇଚ୍ଛା ଅନୁସାରେ ମୃତ୍ୟୁଲାଭ କରିଥିଲେ। ଗାନ୍ଧୀଙ୍କ ମୃତ୍ୟୁ ପରେ ସାରା ଦେଶ ଶୋକରେ ଗତି କରୁଥିଲା; କିନ୍ତୁ ବିନୋବା ଗାନ୍ଧୀ ବିଚାର ଓ ଆଦର୍ଶବାଦୀଙ୍କୁ ସେବାଗ୍ରାମ ଆଶ୍ରମକୁ ନେଇ ସର୍ବୋଦୟ ସମାଜ ପ୍ରତିଷ୍ଠା କରିଥିଲେ।
ସର୍ବୋଦୟ ନେତ୍ରୀ ତଥା ହରିଜନ ସେବକ ସଙ୍ଘର ରାଜ୍ୟ ଅଧ୍ୟକ୍ଷା ବିରଜା ଦେବୀ କହିଥିଲେ, ବିନୋବାଜୀଙ୍କ ଭୂଦାନ ଯଜ୍ଞ ବଞ୍ଚିତ ଓ ଶୋଷିତବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବାକୁ ସହାୟକ ହୋଇଥିଲା। ମାନବାଧିକାର ପ୍ରବକ୍ତା ଓ ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେବା ସହ ସହ ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନର ଲକ୍ଷ୍ୟ ଏବେବି ଅଧୁରା ରହିଛି ବୋଲି କହିଥିଲେ। ଗାନ୍ଧୀ ଓଡ଼ିଶାର ଆବାହିକା ତଥା ପରିବେଶବିତ ଡ. ରୀନା ରାଉତରାୟ ଯୁବପିଢ଼ି ଗାନ୍ଧୀ ଓ ବିନୋବାଙ୍କ ବିଚାରକୁ ଆପଣେଇ ପାରିଲେ ସ୍ୱାବଲମ୍ବୀ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଓ ପୁଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ଜୟ କିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ବକ୍ତବ୍ୟ ମାଧ୍ୟମରେ ଗାନ୍ଧି ଓ ବିନୋବା ବିଚାର ଏକମାତ୍ର ପନ୍ଥା ବୋଲି କହିଥିଲେ। ପ୍ରାରମ୍ଭରେ ବିଶିଷ୍ଟ ଗାନ୍ଧିବାଦୀ ସ୍ବର୍ଗତ ଡ. ଏସ୍‌.ଏନ ସୁବାରାଓଜୀଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା। ଗାନ୍ଧୀ ବିଚାରକୁ ସମାଜରେ ପ୍ରଚାର ଓ ପ୍ରସାର ସହ ଏକ ଅହିଂସା ସମାଜ ନିର୍ମାଣରେ ନିଆରା ଭୂମିକା ନିର୍ବାହ କରିଥିବା ଲୋକ ସେବକ ମଣ୍ଡଳର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ମାଲବ୍ୟଙ୍କୁ ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବା ସହ ଦଶଜଣ ପ୍ରତିଭାଙ୍କୁ ସର୍ବୋଦୟ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ କାଳୀ ଚରଣ ସିଂ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories