www.samajalive.in
Sunday, December 7, 2025
13.1 C
Bhubaneswar

ଡକାୟତି ବେଳେ ଜଣେ ମାଓବାଦୀ, ୪ ସହଯୋଗୀ ଗିରଫ

ଲମତାପୁଟ: ଯୋଜନାବଦ୍ଧ ଭାବେ ଜଣେ ଦୁର୍ଦାନ୍ତ ମାଓବାଦୀ ଓ ତାଙ୍କ ସହଯୋଗୀମାନେ ଡକାୟତି କରୁଥିବା ବେଳେ ଅନକାଡେଲିସ୍ଥିତ ବିଏସଏଫ ଯବାନମାନଙ୍କ ଦ୍ୱାରା ଗିରଫ ହୋଇଛନ୍ତି। ଏମାନଙ୍କୁ ମାଛକୁଣ୍ଡ ଥାନାକୁ ହସ୍ତାନ୍ତର କରାଯାଇଛି। ଡକାୟତିର ଶିବାର ହୋଇଥିବା ବ୍ୟକ୍ତି ଜଣକ ମାଛକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଶନିବାର ରାତିରେ ମାଛକୁଣ୍ଡ ଥାନା ହନୁମାଲ ଗାଁର ଶ୍ୟାମ ବଡନାୟକଙ୍କ ଘରେ ଏହି ଡକାୟତି ହୋଇଥିଲା। ମାଲକାନଗିରି ଜିଲା ଚିତ୍ରକଣ୍ଡା ଥାନା ବେଚେଲପଦର ଗାଁର ଭୀମ ଖରା, ଲିଭ ପାଙ୍ଗି, ରାମ ପାଙ୍ଗି, ଲଇଚନ ପାଙ୍ଗି, ମଲକି ଖରା ସମେତ କିଛି ଲୋକ ଜୋର ଜବରଦସ୍ତ ତାଙ୍କ ଘରେ ପଶି ଟଙ୍କା ଆଦାୟ କରିବା ସହ ପରିବାର ଲୋକଙ୍କୁ ମାରପିଟ କରିଥିବା ଖବର ପାଇଁ ଅନକାଡେଲିସ୍ଥିତ ବିଏସଏଫ ଯବାନମାନେ ହନୁମାଲ ଗାଁରେ ପହଞ୍ଚ ଥିଲେ। ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ଦୁର୍ଦାନ୍ତ ମାଓବାଦୀ ଥିବା ଜଣାପଡିଥିଲା। ଏ ନେଇ ରବିବାର ବିଏସଏଫ ପକ୍ଷରୁ ସମସ୍ତଙ୍କୁ ମାଛକୁଣ୍ଡ ଥାନାକୁ ହସ୍ତାନ୍ତର କରାଯାଇଛି। ମାଛକୁଣ୍ଡ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ରାମ ପାଙ୍ଗି ଜଣେ ଦୁର୍ଦାନ୍ତ ମାଓବାଦୀ ଓ ସେ ବିଭିନ୍ନ ଆପରାଧିକ ମାମଲାରେ ଜଡିତ ଅଛନ୍ତି। ଅନ୍ୟ ୪ଜଣ ସହଯୋଗୀଙ୍କୁ ମଧ୍ୟ ମାଛକୁଣ୍ଡ ପୁଲିସ ଡକାୟତି ଅଭିଯୋଗରେ ଗିରଫ କରି ତହନ୍ତ ଆରମ୍ଭ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories