www.samajalive.in
Sunday, December 14, 2025
26.1 C
Bhubaneswar

ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସ୍ୱାଗତ

ସୁଆଣ୍ଡୋ: ମହାମାରୀ କରୋନା କଟକଣାକୁ ନେଇ ଦୀର୍ଘ ଦିନ ଧରି ବିଦ୍ୟାଳୟଗୁଡିକ ବନ୍ଦ ଥିବା ବେଳେ ସୋମବାର ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକିପାଟଣା ନୋଡାଲ ଉଚ୍ଚବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ସକାଳ ୯ଟାରେ ବିଦ୍ୟାଳୟରେ ପହଞ୍ଚିଥିଲେ । ପ୍ରଥମେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସାନିଟାଇଜ ହେବା ପରେ ମାସ୍କ ପରୀକ୍ଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ମିଶ୍ର ଓ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଫୁଲ ଓ ଚକୋଲେଟ୍ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟରେ ୯.୩୦ରେ ସମବେତ ପ୍ରାର୍ଥନା କରାଯାଇ ଶ୍ରେଣୀଗୃହରେ ପାଠପଢା ଆରମ୍ଭ କରାଯାଇଥିଲା। ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ୧.୩୦ ମିନିଟ ପର୍ୟ୍ୟନ୍ତ କ୍ଲାସ କରାଯାଇଛି। ଏହିପରି ଭାବେ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ଯାଏଁ କ୍ଲାସ ଚାଲିବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି। ଦେଢ ବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିବାରୁ ସେମାନେ ଖୁସି ଥିବା ଦେଖିବାକୁ ମିଳିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories