www.samajalive.in
Monday, December 8, 2025
24.1 C
Bhubaneswar

ଦୁଇ ପୁଲିସଙ୍କୁ ଗାଡ଼ିମଡ଼ାଇ ହତ୍ୟା

ଅମୃତସର: ପଞ୍ଜାବର ତରନତାରନ୍‍ଠାରୁ ପ୍ରାୟ ୪୫କିମି ଦୂର ଅମରକୋଟଠାରେ ଶନିବାର ରାତିରେ ଅତ୍ୟନ୍ତ ସନ୍ଦେହଜନକ ପରିସ୍ଥିତିରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୁର୍ଘଟଣାର ରୂପ ଦିଆଯାଉଥିଲେ ମଧ୍ୟ ବାସ୍ତବରେ ଏକ ହତ୍ୟାକାଣ୍ଡ ବୋଲି ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଟୟଟା ଇନୋଭା ସ୍ଥାନୀୟ ଗାଡ଼ି କଂଗ୍ରେସ ନେତା ସରଜ ସିଂହଙ୍କ ଭାଇ କରଜ ସିଂହଙ୍କର ବୋଲି ମଧ୍ୟ ସ୍ପଷ୍ଟ ହୋଇଛି। ମୃତକ ଦୁଇ ଜଣ ହେଉଛନ୍ତି ହେଡ୍‍ କନ୍‍ଷ୍ଟେବଳ ଇନ୍ଦରଜିତ୍‍ ସିଂହ ଓ ଗୃହରକ୍ଷୀ କୁଳଦୀପ ସିଂହ। ସେମାନଙ୍କ ଶରୀର ପ୍ରାୟ ୧୦୦ମିଟର ଦୂର ପର୍ଯ୍ୟନ୍ତ ଘୋଶାଡ଼ି ହୋଇଯାଇଥିବାବେଳେ ମୃତଦେହ ରାସ୍ତାର ବିଭିନ୍ନ ସ୍ଥାନରେ ଖଣ୍ଡବିଖଣ୍ଡିତ ହୋଇପଡ଼ିଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ିର ଚାଳକ ଫେରାର ଅଛି।
ପୁଲିସ ଡିଏସ୍‍ପି ସୁଲଖନ୍‍ ସିଂହ ମାନ୍‍ଙ୍କ କହିବାନୁସାରେ ମୃତ ଦୁଇ କର୍ମଚାରୀ ଅମରକୋଟଠାରେ କାର୍ଯ୍ୟରେ ନିୟୋଜିତ ଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ସେମାନେ ଦ୍ରୁତ ଗତିରେ ଆସୁଥିବା ଟୟଟା ଗାଡ଼ିକୁ ଅଟକିବାକୁ ଇଙ୍ଗିତ କରିଥିଲେ; କିନ୍ତୁ ଚାଳକ ଗାଡ଼ିକୁ ଅଟକାଇବା ପରିବର୍ତ୍ତେ ସେମାନଙ୍କ ଉପରେ ମାଡ଼ି ଯାଇଥିଲା ଓ ଶରୀରକୁ ଟାଣି ନେଇଥିଲା। କିଛତି ବାଟ ଯିବା ପରେ ଗାଡ଼ି ଏକ ବିଦ୍ୟୁତ୍‍ ଖୁଣ୍ଟରେ ପିଟି ହୋଇ ଅଟକିଥିଲା। ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ତେବେ ମୃତ ଇନ୍ଦରଜିତଙ୍କ ଭାଇ ଅର୍ଜୁନ ସିଂହ ଦୁର୍ଘଟଣା ସ୍ଥଳ ନିକଟରେ ଥିଲେ। ତାଙ୍କ କହିବାନୁଯାୟୀ, ୨୦୧୫ ଏପ୍ରିଲରେ ସରଜ ସିଂହଙ୍କ ନାମରେ ୫କିଲୋ ହେରୋଇନ୍‍ ଚୋରା କାରବାର ନେଇ ମାମଲା ରୁଜୁ ହୋଇଥିଲା ଓ ସେ ଫେରାର ହୋଇଯାଇଥିଲେ। ଏହା ପଛରେ ଇନ୍ଦରଜିତଙ୍କ ହାତ ଥିଲା। ସେହି ରାଗ ରଖି କୁଖ୍ୟାତ ଚେୁାରା ମାଦକ କାରବାରକାରୀ ସରଜ ଇନ୍ଦରଜିତଙ୍କୁ ହତ୍ୟା କରିଥିବା ସେ କହିଛନ୍ତି। ସ୍ଥାନୀୟ ଅକାଳି ଦଳ ବିଧାୟକଙ୍କ କହିବାନୁସାରେ ଇନୋଭା ଗାଡ଼ିଟି ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ଦ୍ରୁତ ଗତିରେ ଫେରୁଥିଲା। ଏହାର ତଦନ୍ତ ହେବା ଦରକାର।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories