www.samajalive.in
Monday, December 8, 2025
14.1 C
Bhubaneswar

ଭୁବନେଶ୍ବର ଆନ୍ତଃସ୍କୁଲ ଫୁଟବଲ: କିସ୍‍ ଚମ୍ପିଆନ

ଭୁବନେଶ୍ୱର: ୟୁନିଟ୍‍-୬ ଆଥ୍‍ଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ଖେଳପଡ଼ିଆରେ ଚାଲିଥିବା ୨୯ତମ ଆନ୍ତଃସ୍କୁଲ ଫୁଟବଲ ପ୍ରତିଯୋଗିତା ୟୁନିଲାଇଟ୍‍ କପ୍‍ ଉଦ୍‍ଯାପିତ ହୋଇଯାଇଛି। ଏଥିରେ କିସ୍‍ ସ୍କୁଲ ଚମ୍ପିଆନ ଓ ସୈନିକ ସ୍କୁଲ ରନର୍ସଅପ ହୋଇଛନ୍ତି। ରବିବାର ଫାଇନାଲ ମ୍ୟାଚରେ କିସ୍‍ ସ୍କୁଲ ୧-୦ ଗୋଲରେ ସୈନିକ ସ୍କୁଲକୁ ପରାସ୍ତ କରିଛି। ଖେଳର ୧୫ତମ ମିିନିଟ୍‍ରେ କିସ୍‍ ପକ୍ଷରୁ ଯଦୁନାଥ ହାଁସଦା ଗୋଲ୍‍ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଖେଳରେ କିସ୍‍ ସ୍କୁଲ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ଖେଳରେ ଉଭୟ ଦଳ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ।
ଅତିଥି ଭାବେ ବିଧାୟକ ବିଜୟ ମହାନ୍ତି, ଅନୁଗୋଳ-ସୁକିନ୍ଦା ରେଳବାଇର ବରିଷ୍ଠ ଅଧିକାରୀ ଦିଲୀପ ସାମନ୍ତରାୟ, ୟୁନିଲାଇଟ କମ୍ପାନୀ ବରିଷ୍ଠ ଅଧିକାରୀ ସତ୍ୟଜିତ ମହାନ୍ତି, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, କର୍ପୋରେଟର ପ୍ରିୟନାଥ ମିଶ୍ର, ପ୍ରଣବ କିଶୋର ସ୍ୱାଇଁ, ଅମୀୟକାନ୍ତ ମିଶ୍ର, କ୍ଳବର ସଭାପତି ତପନ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ପାଦକ ଦିଲୀପ କୁମାର ଦାସ, ନରେନ୍ଦ୍ର ସେଠୀ ପ୍ରମୁଖ ଚମ୍ପିଆନ ଓ ରନର୍ସଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। କିସ୍‍ର ଜଗନ୍ନାଥ ସୋରେନ ମ୍ୟାନ ଅଫ ଦି ଫାଇନାଲ, ଦେଳା ବେଶରା ଶ୍ରେଷ୍ଠ ଗୋଲକିପର, ସୈନିକ ସ୍କୁଲର ରବି କୁମାର ଶ୍ରେଷ୍ଠ ରକ୍ଷଣାଭାଗ ଖେଳାଳି, ଶିବମ୍‍ ରାଜ ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି, କିସ୍‍ ସ୍କୁଲର କୁନାରାମ ସୋରେନ ଓ ଯଦୁନାଥ ହାଁସଦା ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ମ୍ୟାଚକୁ ରାଜେନ୍ଦ୍ର ବାରିକ, କୀର୍ତ୍ତି ସ୍ୱାଇଁ, ସରୋଜ ମହାରଣା, ପାକା ପଣ୍ଡା ପରିଚାଳନା କରିଥିବାବେଳେ ମହେଶ୍ୱର ସିଂହ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories