www.samajalive.in
Saturday, December 13, 2025
26.1 C
Bhubaneswar

କବୟତ୍ରୀ ରେଣୁବାଳାଙ୍କ ‘ପୂଜା ଫୁଲ’ ଉନ୍ମୋଚନ, ସୁରେଶ ମହାପାତ୍ର ପାଇଲେ ଭାଗୀରଥି ସମ୍ମାନ

ନବରଙ୍ଗପୁର: ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗୀରଥି ସ୍ମୃତି ସଂସଦ ସହଯୋଗରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୩ ତମ ଜୟନ୍ତୀ ସମାରୋହ-ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁରର ଜିଲା ଓ ଦୌରା ଜଜ ଅଶୋକ କୁମାର ପଣ୍ଡା ଯୋଗ ଦେଇ “ପାତ୍ରଙ୍କ ହାତ ଲେଖା ମାସିକ ପତ୍ରିକା ‘ଶୈଶବ’, ତାଙ୍କ ସାହିତ୍ୟ ସଂଗଠନ ଓ କୃତି ଷାଠିଏ ଦଶକରେ ଓଡିଶାର ସାହିତ୍ୟ କ୍ଷେତ୍ରକୁ ଆଗେଇନେଇଥିଲା ଯାହାକି ଆଜି ପର୍ୟ୍ୟନ୍ତ ଉଜ୍ଜୀବିତ ରହିଛି ବୋଲି କହିଥିଲେ। ନବରଙ୍ଗପୁରର ଉପ-ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ହୋତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଗୀରଥିଙ୍କ ସାହିତ୍ୟର ରୋମାଣ୍ଟିକ ଦିଗ, ଭକ୍ତି ଚେତନା, ଆଦିବାସୀ ଜନ ଜୀବନର ଚିତ୍ର, ଲୌକିକ ଲୋକ ସଙ୍ଗୀତ ପରମ୍ପରା ଓ ତାଙ୍କ ସାହିତ୍ୟ ରେ ପତିତ ଭାଷାର ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ ।

 

- Advertisement -

ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତ ଅଧକ୍ଷତା କରି ଭାଗୀରଥି ସାହିତ୍ୟର ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.ବିଜୟ କୁମାର ମିଶ୍ର, ଶ୍ରୀନିବାସ ପଟ୍ଟନାୟକ, କବି ନାରାୟଣ ପଣ୍ଡା, ଜଗନ୍ନାଥ ମହାପାତ୍ର, ସୁପ୍ରିୟା ନାୟକ ପ୍ରମୁଖ ଯୋଗଦେଇଥିଲେ। ଚଳିତ ବର୍ଷର ଭାଗୀରଥି ସମ୍ମାନ କବି ତଥା ଆକାଶବାଣୀ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ କବୟତ୍ରୀ ରେଣୁବାଳା ପୂଜାରୀଙ୍କ ଭକ୍ତି ସର୍ଜନା ‘ପୂଜା ଫୁଲ’ ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ ଓ ବଲ୍ଲଭ ରାଉତ ସମୀକ୍ଷା କରିଥିଲେ। କବୟତ୍ରୀ ପ୍ରଭାତୀ ଦେବନାଥ ସ୍ବାଗତ ଭାଷଣ ଦେଇଥିଲେ। କବି ଦୂର୍ଗା ପ୍ରସାଦ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories