www.samajalive.in
Saturday, December 13, 2025
26.1 C
Bhubaneswar

ପାରିଶ୍ରମିକ ନ ପାଇବାରୁ ଦାଦନ ମୁହାଁ ଶ୍ରମିକ

ଦେଓଗାଁ: ଦାଦନ ରୋକି ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୦୦୫ ମସିହାରେ ମନରେଗା ଯୋଜନା ପ୍ରଣୟନ କରିଥିଲେ। କିନ୍ତୁ ଏ ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ପାରିଶ୍ରମିକ ଦେବାରେ ସରକାର ଆରମ୍ଭ କରିଛନ୍ତି ଜାତିଭିତ୍ତିକ ରାଜନୀତି। ମାଟି ବୋହି ଥିବା ଶ୍ରମିକଙ୍କ ମଧ୍ୟରେ ଆଣିଛନ୍ତି ଜାତି ପ୍ରଥାର ଭେଦଭାବ। ଏକା ସାଙ୍ଗରେ ଗୋଟାଏ ସ୍ଥାନରେ କାମ କରିଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରମିକ ଟଙ୍କା ପାଉଥିବା ବେଳେ ମାସ ମାସ ଧରି ପଛୁଆ ଓ ସାଧାରଣ ବର୍ଗର ଶ୍ରମିକ ଟଙ୍କା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲାର ଦେଓଗାଁ ବ୍ଳକରେ। ଦେଓଗାଁ ବ୍ଳକର ୨୬ ଟି ପଞ୍ଚାୟତ ରେ ଅନୁସୂଚିତ ଜାତିର ୪ହଜାର ୬୩୪ ଟି ଜବ କାର୍ଡ ଥିବା ବେଳେ ଅନୁସୂଚିତ ଜନଜାତିର ୪ହଜାର ୮୨୪ ଏବଂ ସାଧାରଣ ଓ ପଛୁଆ ବର୍ଗର ୧୫ ହଜାର ୨୬ ମୋଟ ୨୪ ହଜାର ୪୮୪ ଟି ଜବ କାର୍ଡ ବଣ୍ଟନ କରାଯାଇଛି।

 

- Advertisement -

ସେଥିମଧ୍ୟରୁ ୩୦ ହଜାର ୯୧୪ ଜଣ ଶ୍ରମିକ ଏଭଳି କାମ କରୁଛନ୍ତି। ଦେଓଗାଁ ବ୍ଳକ ରଦେଷଣ୍ଢ, ଗୌଡ଼ଗଠ, ମୁକୁନ୍ଦପୁର, ସାରସମାଲ, ବ୍ରାମଣୀଯୋର, ଲଣ୍ଡାପଥର, ସାରସମାଲ, ରାମଚନ୍ଦ୍ରପୁର ପଞ୍ଚାୟତର ଶତାଧିକ ଶ୍ରମିକ ମନରେଗା ଯୋଜନାରେ କାମ କରି ଟଙ୍କା ପାଇ ପାରି ନାହାନ୍ତି। ଏହି ଶ୍ରମିକ ମାନେ ଦାଦନ ସର୍ଦ୍ଦାର ଠାରୁ ଅଗ୍ରୀମ ଟଙ୍କା ନେଇ ଦାଦନ ଖଟି ଯିବା ଆରମ୍ଭ କଲେଣି। ବ୍ଲକର ୨୬ଟି ପଞ୍ଚାୟତରେ ୫୯୮ଟି ପ୍ରକଳ୍ପର କାମ କରିଥିବା ଶ୍ରମିକ ଟଙ୍କା ହେଉଛି ୬ କୋଟି ୩୮ ଲକ୍ଷ ୭ ହଜାର ୬୧୧ ଟଙ୍କା କିନ୍ତୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରମିକଙ୍କ ନାରେ ୫ କୋଟି ୮ ଲକ୍ଷ ୪୦ ହଜାର ୧୫୩ ଟଙ୍କା ବିଭିନ୍ନ ସମୟରେ ସେମାନଙ୍କ ଖାତାକୁ ଆସିଛି। ହେଲେ କାମ କରିଥିବା ଓବିସି ବର୍ଗର ୧ କୋଟି ୨୯ ଲକ୍ଷ ୬୭ ହଜାର ୪୫୮ ଟଙ୍କା ବାକି ରହିଛି। ଏନେଇ ଦେଓଗାଁ ବ୍ଳକ ଏପିଓ ପ୍ରଶାନ୍ତ ସାହୁ କହିଛନ୍ତି ଯେ ୨୦୨୧-୨୨ ରୁ ସରକାର ନୂତନ ନିୟମ କରିଛନ୍ତି ସେଥିପାଇଁ ଏପରି ବ୍ୟବସ୍ଥା ହୋଇଛି। ଖୁବ ଶୀଘ୍ର ବାକିଥିବା ଶ୍ରମିକଙ୍କ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories