www.samajalive.in
Saturday, December 6, 2025
19.1 C
Bhubaneswar

ରାଜୀବ ହତ୍ୟାକାରୀଙ୍କୁ ମୁକ୍ତି ପାଇଁ ସୁପାରିସ

ଚେନ୍ନଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୨୭ ବର୍ଷ ହେଲା ବନ୍ଦୀ ଜୀବନ ବିତାଉଥିବା ୭ଜଣଙ୍କୁ ମୁକ୍ତ କରିବା ଲାଗି ତାମିଲନାଡୁ ସରକାର ସୁପାରିସ କରିଛନ୍ତି। ରବିବାର ରାଜ୍ୟ କ୍ୟାବିନେଟ ବୈଠକରେ ରାଜୀବ ହତ୍ୟାକାରୀଙ୍କୁ ମୁକ୍ତି ଲାଗି ରାଜ୍ୟପାଳଙ୍କୁ ସୁପାରିସ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁପାରିସ ସମ୍ପର୍କରେ ଆଗତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କ ନେତୃତ୍ବ କ୍ୟାବିନେଟ ବୈଠକ ଅନୁମୋଦନ କରିଥିଲା। ଅନୁମୋଦିତ ପ୍ରସ୍ତାବକୁ ରାଜ୍ୟପାଳ ବନୱରିଲାଲ ପୁରୋହିତଙ୍କ ପାଖକୁ ତୁରନ୍ତ ପଠାଇ ଦିଆଯାଇଥିବା ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଡି ଜୟକୁମାର କହିଛନ୍ତି।
ରାଜୀବ ହତ୍ୟାକାରୀଙ୍କ ରାଜକ୍ଷମା ଆବେଦନ ଉପରେ ପୁନଃବିଚାର କରିବା ଲାଗି ସୁପ୍ରିମକୋର୍ଟ ତାମିଲନାଡୁ ରାଜ୍ୟପାଳଙ୍କୁ କହିଥିଲେ। ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ ରାଜ୍ୟ କ୍ୟାବିନେଟରେ ରବିବାର ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ସମ୍ବିଧାନର ଧାରା ୧୬୧ ଅନୁଯାୟୀ ରାଜ୍ୟପାଳ ଜଣଙ୍କ ଦଣ୍ଡାଦେଶକୁ କୋହଳ କିମ୍ବା ମୁକ୍ତ କରିଦେଇପାରିବେ। ତେବେ ପୂର୍ବରୁ ତାମିଲନାଡୁ ରାଜ୍ୟପାଳଙ୍କ ଏ ସମ୍ପର୍କିତ ସୁପାରିସକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିଲେ। ରାଜୀବଙ୍କ ହତ୍ୟା ମାମଲାରେ ନଳିନୀ ଶ୍ରୀହରନ, ମୁରୁଗାନ, ପେରାରିଭାଲାନ, ରବର୍ଟ ପାୟାସ, ରବିଚନ୍ଦ୍ରନ, ସନ୍ଥନ ଓ ଜୟକୁମାର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories