www.samajalive.in
Thursday, December 11, 2025
16.1 C
Bhubaneswar

ଦୁଇ ଭଉଣୀ ଗୋଟିଏ ଦିନରେ ଜନ୍ମ ଦେଲେ ୪ ସନ୍ତାନ… ସମସ୍ତେ ଦେଖିବାକୁ ଏକାଭଳି

ଦୁଇ ଭଉଣୀ ଗୋଟିଏ ଦିନରେ ଗର୍ଭବତୀ ହେଲେ । ଗୋଟିଏ ଦିନରେ ସନ୍ତାନ ଜନ୍ମ କଲେ । ପୁଣି ଉଭୟ ଯାଆଁଳା ଶିଶୁ ଜନ୍ମ ଦେଲେ। ଆଉ ସଂଯୋଗ ବଶତଃ ଚାରୋଟି ଯାକ ସନ୍ତାନ ଦେଖିବାକୁ ଏକାଭଳି। ଜଣଙ୍କ ଚେହେରା ଅନ୍ୟ ଜଣଙ୍କ ସହିତ ମିଶି ଯାଉଛି। ଯଦିଓ ସେମାନଙ୍କର ମାଆ ସଂପର୍କରେ ଦୁଇ ଭଉଣୀ, ତେବେ ପିଲାମାନଙ୍କର ଚେହେରା ଏକାଭଳି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ।
ହେଲେ ଆପଣ ଭାବୁଥିବେ ଏଭଳି ଚମତ୍କାର ହେଲା କେମିତି। ଆଉ ଏଭଳି ଚମତ୍କାର ଘଟଣା ଘଟିଛି ଆମେରିକାର ଓହିଓ ଅଞ୍ଚଳରେ। ଏଠାରେ ରହୁଥିବା ଏନି ମାଆ ହୋଇ ପାରୁ ନ ଥିଲେ। ତାଙ୍କ ସ୍ୱାମୀ ଜେବି ମଧ୍ୟ ଏହି କଥାକୁ ନେଇ ମନ ଦୁଃଖରେ ଥିଲେ। ହେଲେ ଏନି ଏହି କଥା ନିଜ ବଡ଼ ଭଉଣୀ କ୍ରିସିକୁ କହିଲେ। ତେବେ ଅନେକ ଥର କହିବା ପରେ କ୍ରିସି, ଏନି-ଜେବିଙ୍କ ପିଲାଙ୍କ ପାଇଁ ‘ସରୋଗେଟ ମଦର’ ହେବାକୁ ରାଜି ହୋଇଗଲେ।

- Advertisement -

ତିନି ଜଣ ଯାକ ଡ଼ାକ୍ତରଙ୍କ ପରାମର୍ଶ କଲେ। ସେହିପରି ଏହି ପ୍ରକ୍ରିୟା ସହିତ ଏନିଙ୍କୁ ଶେଷ ପ୍ରୟାସ କରିବା ପାଇଁ ଡ଼ାକ୍ତର ପରାମର୍ଶ ଦେଲେ। ତେବେ ସୌଭାଗ୍ୟବଶତଃ ଏଥର ଏନି ମଧ୍ୟ ଗର୍ଭବତୀ ହେଲେ। ଦୁଇ ଭଉଣୀ ଗୋଟିଏ ଦିନରେ ଗର୍ଭବତୀ ହେଲେ। ଗୋଟିଏ ଦିନରେ ମଧ୍ୟ ସନ୍ତାନ ଜନ୍ମ କଲେ। ତେବେ ଚାରୋଟି ଯାକ ସନ୍ତାନ ଦେଖିବାକୁ ଏକା ଭଳି କାରଣ, ସେମାନଙ୍କ ମାଆ ଦୁଇଜଣ ହେଲେ ମଧ୍ୟ ପିତା ହେଉଛନ୍ତି ଜଣେ। ଏବେ ଚାରୋଟି ସନ୍ତାନକୁ ନେଇ ଏନି ଓ ଜେବି ବେଶ ଖୁସିରେ ଅଛନ୍ତି। ଯଦିଓ ସେମାନଙ୍କ ଲାଳନ ପାଳନ କରିବା କଷ୍ଟକର ହୋଇ ପଡିଛି, ତଥାପି ନର୍ସଙ୍କ ସହାୟତା ନେଇ ଏନି ନିଜର ଚାରୋଟି ପିଲାଙ୍କ ଯତ୍ନ ନେଉଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories