www.samajalive.in
Saturday, December 13, 2025
15.1 C
Bhubaneswar

ଦିଲ୍ଲୀର ରହସ୍ୟମୟ ଦୁର୍ଗ, ଯେଉଁଠି ହାର୍‍ ମାନିଛି ବିଜ୍ଞାନ

ଚଳଚଞ୍ଚଳ ଦିଲ୍ଲୀରେ ଆଜି କାହା ପାଖରେ ସମୟ ନାହିଁ। ଏହି ସହର ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ କେତେ ଘଟଣା ଓ ଐତିହାସିକ ଗାଥାର ମୂକସାକ୍ଷୀ ହୋଇ ରହିଛି। ଏହି ସହର ନିଜ ଭିତରେ ବହୁତ ରହସ୍ୟ ଲୁକ୍କାୟିତ କରି ରଖିଛି, ଯାହାକି ଖୁବ୍‍ କ୍ୱଚିତ୍‍ ଲୋକ ଜାଣିଥାଇପାରନ୍ତି। ଯେଉଁ ଦୁର୍ଗ ଦିନେ ଫିରୋଜଶାହ ତୁଗଲକଙ୍କର ଆଖିର ତାରା ଥିଲା, ଆଜି ତାହା ଦିଲ୍ଲୀରେ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିଛି। ଆଜି ମଧ୍ୟ ହଜାର ହଜାର ରହସ୍ୟକୁ ଏହି ଦୁର୍ଗ ସାଇତି ରଖିଛି। ସମସ୍ତେ ଏଠାକୁ ଯିବାକୁ ଭୟ କରିଥାଆନ୍ତି, କାରଣ ବିଶ୍ୱାସ ରହିଛି ଯେ ଦିଲ୍ଲୀର ଏହ ଦୁର୍ଗରେ ଜିନ୍‍(ଅଦ୍ଭୁତ ଶକ୍ତି ସମ୍ପନ୍ନ ଆତ୍ମା)ବାସ କରିଥାଆନ୍ତି। କୁହାଯାଏ ଯେ ଏହି ଭଙ୍ଗା ଦୁର୍ଗ ପଛରେ ଗୋଟିଏ ଯୁଗରେ ବହୁତ କଠୋର ଦଣ୍ଡ ଦିଆଯାଉଥିଲା। ସେହିମାନଙ୍କୁ ଦଣ୍ଡ ଦିଆଯାଉଥିଲା ଯେଉଁମାନେ ରାଜାଙ୍କ ସହ ବେଇମାନୀ କରୁଥିଲେ ବା ଯେଉଁମାନେ ତାଙ୍କୁ ଧୋକା ଦେଉଥିଲେ। ବିଶ୍ୱାସ ରହିଛି ଯେ ସେହି ଲୋକମାନେ ମୃତ୍ୟୁ ପରେ ଆଜି ମଧ୍ୟ ଜିନ୍‍ ରୂପରେ ସେଠାରେ ବାସ କରୁଛନ୍ତି। ରାତିରେ ଯିଏ ଏହି ଦୁର୍ଗ ଭିତରକୁ ଯାଏ ତା’ପର ଦିନ ସକାଳୁ ତା’ର ମୃତଦେହ ସେଠାରୁ ମିଳିଥାଏ। ରହସ୍ୟମୟ ଭାବେ ଏଠାରେ ମିଳୁଥିôବା ମୃତଦେହର ଅବସ୍ଥା ଏତେ ଖରାପ ଥାଏ ଯେ ସତେ ଯେପରି କେହି ରାତିରେ ବହୁ ନିର୍ଦ୍ଦୟତା ସହକାରେ ତାକୁ ହତ୍ୟା କରିଛି।
ଏହି ଦୁର୍ଗ ଭିତରେ ଏକ ପୁଷ୍କରିଣୀ ରହିଛି। ସେଥିରେ ସବୁବେଳେ ପାଣି ଭରି ରହିଥାଏ। ହେଲେ ସରକାରଙ୍କ ତରଫରୁ ଏହି ପୁଷ୍କରିଣୀକୁ ବନ୍ଦ କରି ଦିଆଯାଇଛି। ଲୋକଙ୍କ କହିବା ଅନୁସାରେ, ଏହି ପୁଷ୍କରିଣୀର ପାଣି ପିଇଥିବା କୌଣସି ବ୍ୟକ୍ତି ବଞ୍ଚି ନାହାନ୍ତି। ଏହି ପୁଷ୍କରିଣୀର ରହସ୍ୟ ଖୋଜିବା ପାଇଁ ଏହାର ପାଣିକୁ ଯେତେବେଳେ ପରୀକ୍ଷା କରିବା ନିମନ୍ତେ ପଠାଗଲା, ସେତେବେଳେ ଏଥିରୁ ସେପରି କିଛି ହେଲେ ବାହାରି ନଥିଲା ଯେଉଁ କାରଣରୁ କି ଜଣେ ମଣିଷର ମୃତ୍ୟୁ ହୋଇଯିବ। ତେବେ ସେ ପାଣିରେ ଏପରି କ’ଣ ଥିଲା ଯେଉଁଥିପାଇଁ କି ସେହି ପାଣି ପିଇବା ପରେ ବକ୍ତିଙ୍କ ମୃତ୍ୟୁ ହୋଇଯାଉଥିଲା। କିମ୍ବଦନ୍ତୀ ଅନୁସାରେ, ଏହି ଜରାଜିର୍ଣ୍ଣ ଦୁର୍ଗକୁ ସବୁ ରାତିରେ ଏପରି ଏକ ଶକ୍ତି ଆସିଥାଏ, ଯାହାକୁ ଦେଖିଥିବା ବ୍ୟକ୍ତି ହୁଏତ ଅନ୍ଧ ହୋଇଯାଏ ନଚେତ୍‍ ତା’ର ମୃତ୍ୟୁ ହୋଇ ଯାଇଥାଏ।
ଗୋଟିଏ ପକ୍ଷରେ ଏହି ଦୁର୍ଗର ଜଗୁଆଳୀ ଏ କଥା ଅସ୍ୱୀକାର କରନ୍ତି ଯେ ଏଠାରେ କୌଣସି ପ୍ରକାରର ଶକ୍ତି ରହିଛି ବୋଲି, ଅନ୍ୟ ପକ୍ଷରେ ଲୋକେ ଏହି ଦୁର୍ଗରେ ପାଦ ଦେବାକୁ ମଧ୍ୟ ଭୟ କରିଥାଆନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories